Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢ଼ିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା, ଖୁବ୍ ଶୀଘ୍ର ହେବ ଘୋଷଣା: ପାଣ୍ଡିଆନ

ଭୁବନେଶ୍ୱର: ନିର୍ବାଚନ  ପୂର୍ବରୁ ଅଙ୍ଗନଓ୍ଵାଡି ଓ ଆଶାକର୍ମୀଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର। ବଢ଼ିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା । ଏହା ଦ୍ବାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ନବରଙ୍ଗପୁରରେ ରାଇଘରର ଗସ୍ତରେ ଥିବା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଡ଼ ଘୋଷଣା କରିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଦରମା ବୃଦ୍ଧି ଘୋଷଣା କରିବେ। ଏହା ସହିତ ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରାଯିବ ବୋଲି 5T ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି। କମ୍ୟୁନିଟି ସେଣ୍ଟର କର୍ମଚାରୀମାନଙ୍କର ମଧ୍ୟ ଦରମା ବୃଦ୍ଧି ହେବ। ଏମ୍‌ବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ଯୋଜନା ଚାଲିଛି। ନବରଙ୍ଗପୁର ଗସ୍ତରେ ମଙ୍ଗଳବାର ଏହା କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ରାଇଘରରେ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରାୟ ୧୦ ହଜାର ଲୋକଙ୍କର ସମାଗମ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ