ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ


ବୀରମହାରାଜପୁର : (ସୌମିତ୍ରି ମେହେର) ବିଶ୍ଵ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରରେ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଛି । ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଙ୍କ ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରିଥିଲେ । ୧୦ ଗୋଟି ରଥ ବ୍ଳକ ର ୧୫ ଟି ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପରିକ୍ରମା କରାଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉକ୍ତ ରଥ ପ୍ରତି ଗାଁରେ ପ୍ରତି ପଞ୍ଚାୟତରେ ପରିକ୍ରମା କରିବ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରତ୍ୟେକ ଗ୍ରାମରେ ଶ୍ରଦ୍ଧାଳୁ ମାନେ ନିଜ ଘର ସମ୍ମୁଖରେ କଳସ ଓ ଦୀପ ବସାଇ ରଥକୁ ଆଧ୍ୟାତ୍ମିକ ପରିବେଶରେ ପୂଜାର୍ଚ୍ଚନା କରି ଅରୁଆ ଚାଉଳ ଓ ଗୁଆ ଜଗନ୍ନାଥ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ପରିକ୍ରମା ସମୟରେ ନାମ ସଂକୀର୍ତ୍ତନ , ହରିବୋଲ ଓ ହୁଳହୁଳି ରେ ରଥକୁ ଭାବ୍ୟ ସମ୍ବର୍ଦ୍ଧନା ଦେଉଥିବା ଦେଖିବାକୁ ମିଳିଛି। ଏଥିରେ ଗ୍ରାମର ବହୁ ମହିଳା ଓ ପୁରୁଷ , ସ୍ବୟଂ ସହାୟକ ସଦସ୍ୟl ମାନେ ସାମିଲ ହୋଇଛନ୍ତି।‌