ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ପାଇଁ କଳସ ଯାତ୍ରା


ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଚାଉଳଡ଼ିପୋ ଗ୍ରାମଠାରେ ପବିତ୍ର ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଯାତ୍ରା ସମାପନ ହୋଇଯାଇଛି l ବୁଧବାର ଦିନ ସକାଳେ ପ୍ରଥମେ ମନ୍ଦିରର କୁମ୍ଭ ସ୍ଥାପନ ପରେ ଅଙ୍କୁରା ରୋପଣ କରାଯାଇଥିଲା ଏବଂ ସନ୍ଧ୍ୟାରେ ସମସ୍ତ ରେଙ୍ଗାଲି ବାସୀ ଏକତ୍ରିତ ହୋଇ କଳସ ଯାତ୍ରା କରିଥିଲେ l ପଣ୍ଡିତ ମନୋଜ ଦେବତା ମୁଖ୍ୟ ପୂଜକ ଥିବାବେଳେ ରମେଶ ସାହୁ ମୁଖ୍ୟ କର୍ତ୍ତା, ଦେବବ୍ରତ ପଣ୍ଡା, ମଧୁସୂଦନ ସାହୁ, ସତ୍ୟନାରାୟଣ ମହାଣା, ସନ୍ତୋଷ ମହାଣା, ପ୍ରଦୀପ ମହାଣା, ରାଜେଶ ବର୍ମା ସପତ୍ନୀ ସାମୋହିକ କର୍ତ୍ତା ଦାୟିତ୍ୱ ତୁଲାଇଛନ୍ତି l ଆସନ୍ତା ଶନିବାର ଦିନ ପ୍ରଭୁ ଶ୍ରୀହନୁମାନ ମନ୍ଦିର ପ୍ରବେଶ କରି ପୂର୍ଣ୍ଣାହୂତି ପଡିବ ବୋଲି କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି l