Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଆମାଳ ଠାରେ ଆୟୋଜିତ ସାମ୍ବାଦିକ ସଂଘ ସାଧାରଣ ବୈଠକରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ (ଏସୟୁଜେ)ର ପୂର୍ଣ୍ଣାଙ୍ଗ କମିଟିର ଘୋଷଣା

ଜମନକିରା : ଆଜି ଦେବଗଡ଼ ଜିଲ୍ଲା ରିଆମାଳ ଠାରେ ଆୟୋଜିତ ସପ୍ତମ ଜିଲ୍ଲା ସାମ୍ବାଦିକ ସଂଘ (ଏସୟୁଜେ) ଓଡ଼ିଶାର ଜିଲ୍ଲା ବୈଠକ ଅବସରରେ ସମ୍ବଲପୁର ଜିଲ୍ଲା ଶାଖାର ପୂର୍ଣ୍ଣାଙ୍ଗ କମିଟି ଗଠିତ ହୋଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ଜାତୀୟ ସାମ୍ବାଦିକ ୟୁନିଅନର କାର୍ଯକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇ, ରାଜ୍ୟ ସମ୍ପାଦକ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଶଶାଙ୍କ ଶେଖର ଝାଙ୍କରଙ୍କ ଉପସ୍ଥିତିରେ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରାଯାଇଥିଲା। ଗତ ନଭେମ୍ବର ମାସରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବୈଠକରେ ସମ୍ବଲପୁର ଜିଲ୍ଲା ସଭାପତି ଭାବେ ରବିନ୍ଦ୍ର ପ୍ରସାଦ ଦନୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ପ୍ରମୋଦ କୁମାର ବହିଦାର, ଉପ-ସଭାପତି ଭାବେ ଡା: ରାଜାରାମ ଷଢଙ୍ଗୀ ଓ ରାଧେଶ୍ୟାମ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ରାଜା ପାଲ୍, ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର ମୁଦୁଲି ଏବଂ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଟିକେଶ୍ଵର ପ୍ରଧାନ ଓ ପ୍ରସନ୍ନ ପ୍ରଧାନଙ୍କ ନାମ ମନୋନୀତ ହୋଇଥିବା ନେଇ ରାଜ୍ୟ ସଭାପତି ଶ୍ରୀ ନାୟକ ଓ ରାଜ୍ୟ କମିଟିର କର୍ମକର୍ତ୍ତା ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ