ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଜାନୁଆରୀ ୨୨ରେ କାଲାରାମ ମନ୍ଦିରରେ ଆଳତିରେ ଯୋଗ ଦେବାକୁ ଆମନ୍ତ୍ରିତ କରିଛନ୍ତି । ଉଦ୍ଧବ କହିଛନ୍ତି ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ନାସିକର କାଲାରାମ ମନ୍ଦିରରରେ ଆଳତି କରାଯିବ । ତେଣୁ ରାଷ୍ଟ୍ରପତିଙ୍କୁ ଏଥିରେ ସାମିଲ୍ ହେବାକୁ ନିମନ୍ତ୍ରଣ କରିଛୁ ।
ଉଦ୍ଧବ ଠାକରେ କହିଛନ୍ତି, ମୁଁ ଦେଶଭକ୍ତ ଅଟେ, ଅନ୍ଧ ଭକ୍ତ ନୁହେଁ । ରାମ ମନ୍ଦିରରେ ଶିବସେନାର ଯୋଗଦାନ ଉପରେ ମଧ୍ୟ ଠାକରେ ବଡ ବୟାନ ଦେଇଛନ୍ତି । ଯଦି କାରସେବକ ନ ଥାନ୍ତେ ତେବେ ଅଯୋଧ୍ୟାରେ ରାମ ମନ୍ଦିରରେ ନିର୍ମାଣ ହୋଇ ପାରି ନ ଥାନ୍ତା । ଯେବେ ରାମ ମନ୍ଦିର ନିର୍ମାଣ ହୋଇ ନ ଥିଲା, ସେଠାକୁ ମୁଁ ଦୁଇ ଥର ଯାଇଥିଲି । ମୁଁ ଶିବ ଜନ୍ମଭୂମିର ମାଟି ନେଇ ଅଯୋଧ୍ୟା ଯାଇଥିଲି । ଯେବେ ବି ମୋର ମନ ହେବ ମୁଁ ଅଯୋଧ୍ୟା ଯିବି ବୋଲି ଉଦ୍ଧବ କହିଛନ୍ତି । ଆମେ ଜାନୁଆରୀ ୨୨ରେ କାଲାରାମ ମନ୍ଦିର ଯିବୁ । ଏଥର କାଲାରାମ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯିବ ବୋଲି ଉଦ୍ଧବ କହିଛନ୍ତି ।
महाराष्ट्र के पूर्व सीएम उद्धव ठाकरे ने राष्ट्रपति द्रौपदी मुर्मू को पत्र लिखकर 22 जनवरी को नासिक के कालाराम मंदिर में आरती में भाग लेने के लिए आमंत्रित किया है। pic.twitter.com/WuVk0SCwda
— ANI_HindiNews (@AHindinews) January 13, 2024
ଠାକରେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ରାମ ମୂର୍ତିଙ୍କ ପ୍ରାଣ ପ୍ରତିଷ୍ଠା ନୁହେଁ ଏହା ପୂରା ରାଷ୍ଟ୍ରର ପ୍ରାଣ ପ୍ରତିଷ୍ଠା । ଏହା ଦେଶର ଅସ୍ମିତାର ପ୍ରାଣ ପ୍ରତିଷ୍ଠାର ଉତ୍ସବ । ସେହି ଦିନ ଆମେ କାଲାମନ୍ଦିର ଯିବୁ ଏବଂ ସେହି ସମୟରେ ରାଷ୍ଟ୍ରପତି ଉପସ୍ଥିତ ରୁହନ୍ତୁ ବୋଲି ଆମେ ଦାବି କରୁଛୁ । ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରିଛୁ ବୋଲି ଉଦ୍ଧବ କହିଛନ୍ତି ।