Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟରେ ଜାଜୀୟ ଯୁବ ଦିବସ ପାଳନ ସହ ନୂଆଁ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚତର ବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀଙ୍କ ସଭାପତିତ୍ବରେ ଶୁକ୍ରବାର ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଓ ବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥୀଗଣ ସ୍ବାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ପୁଷ୍ପମାଳ୍ୟ ସହ ଦୀପ ପ୍ରଜ୍ଜଳନ କରିଥିଲେ। କୁଚିଣ୍ଡା ସ୍ଥିତ କୃଷ୍ଣପ୍ରିୟା ଆଇଟିସିର ନିର୍ଦ୍ଦେଶକ ଓମ ପ୍ରକାଶ ପଟେଲ ମୁଖ୍ୟଅତିଥୀ ଭାବରେ ଯୋଗଦେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତିକ୍ୟ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ବିବେକାନନ୍ଦ ଜୀବନି ଓ ଜାଜୀୟ ଦିବସ ବିଷୟରେ ଆଲୋକପାତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜକ କରିଥିବା ବେଲେ ଯୁବ ରେଡକ୍ରସ ଅଧ୍ୟାପକ ସତ୍ୟନାରାରଣ ପଟେଲ ଉଦ୍ଦେଶ୍ୟ, ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ରର ଯୁବ ଅଫିସର ମାର୍କସ ବିଳୁଙ୍ଗ, ଅଧ୍ୟାପକ ସୁଧୀର କୁମାର ନାଏକ, ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଯୁବ ଅଫିସର ମାର୍କସ ବିଳୁଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାରେ ଏକ ସଡକ ସୁରକ୍ଷା ବିଷୟରେ ଗ୍ରାମ ପରିକ୍ରମା କରି ରେଲି ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ