Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୫ଟି ଅଧ୍ୟକ୍ଷଙ୍କୁ ନିଖିଳ ଓଡିଶା ୱାର୍ଡ ସଭ୍ୟ ସଂଘର ୫ ଦଫା ଦାବି ପତ୍ର ପ୍ରଦାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ୫ଟି ଅଧ୍ୟକ୍ଷଙ୍କ କୁଚିଣ୍ଡା ଗସ୍ତରେ ନିଖିଳ ଓଡିଶା ୱାର୍ଡ ସଭ୍ୟ ସଂଘ କୁଚିଣ୍ଡା ଉପଖଣ୍ତ ଶାଖା ପକ୍ଷରୁ ଦ୍ୱତୀୟ ଥର ପାଇଁ ୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଉପଖଣ୍ତ ଶାଖା ସଂଘର ସଭାପତି ସରୋଜ ମେହେର, ଉପସଭାପତି ରିଙ୍କି ବେହେରା, ଉପଦେଷ୍ଟା ସୁବାଷ ଚନ୍ଦ୍ର ନାୟକ, କୁଚିଣ୍ଡା ବ୍ଲକ ସମ୍ପାଦକ ଧନମତୀ ରୋହିଦାସ, ଜମନକିରା ବ୍ଲକ ସମ୍ପାଦକ ନବୀନ ମୁଣ୍ଡାଙ୍କ ଉପସ୍ଥିତରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପଣ୍ଡିଆନଙ୍କୁ ସମ୍ପାଦକ ଧନମତୀ ରୋହିଦାସ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଅ ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ସରକାର ନେଲେ ନାହିଁ।ଯଦି ଆଗାମୀ ଦିନରେ ସରକାର ୱାର୍ଡ ସଭ୍ୟସଭ୍ୟା ଙ୍କ ଦାବି ପୁରାଣ ନକରନ୍ତି ତାହେଲେ ରାଜରାସ୍ତାରେ ଧାରଣ ଦିଆଯିବ ବୋଲି ନିଷ୍ପତି ନିଆ ହୋଇଛି ବୋଲି ସଭାପତି ସରୋଜ ମେହେର ପ୍ରକାଶ କରିଛନ୍ତି।