Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଜମନକିରା : ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଜୟନ୍ତୀ ଆଜି କୁଚିଣ୍ଡାସ୍ଥିତ ଆଦିବାସୀ ଭବନ ଠାରେ ସମାରୋହର ସହ ପାଳିତ ହୋଇ ଯାଇଛି। ଏହି ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି । ଏଥିରେ କୁଟୁରାଚୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କବି ଭବାନୀ ଶଙ୍କର ନାୟକ ମୁଖ୍ୟଅତିଥି, ସାହାଜବାହାଳ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି ମୁଖ୍ୟବକ୍ତା ଓ କବିୟତ୍ରୀ ରଜନୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପ୍ରଥମେ ବ୍ୟାସକବିଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଅତିଥିଗଣ ଫକିର ମୋହନଙ୍କ ଗଦ୍ୟ ଓ ପଦ୍ୟ ସାହିତ୍ୟ ତଥା ଜୀବନୀ ସଂପର୍କରେ ଆଲୋଚନା କରି ସେ ଜଣେ ଶ୍ରେଷ୍ଠ ସମାଜ ସଂସ୍କାରକ ଥିଲେ ବୋଲି ଆଲୋଚନା କରିଥିଲେ । ଏଥିରେ ସହର ଓ ଗ୍ରାମାଞ୍ଚଳରେ ସାହିତ୍ୟିକ ବୁଦ୍ଧିଜୀବୀ ତଥା ସମଲେଶ୍ଵରୀ ନର୍ସିଂ କଲେଜର ଛାତ୍ରୀ ଗଣ ଯୋଗଦେଇ ବ୍ୟାସକବିଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିବା ବେଳେ ଆବାହକ ନୃପଲାଲ ଦେବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ