ଘୋଷରଗୋଡା ରେ କୈଶୋର ସ୍ୱାସ୍ଥ୍ୟ ଓ ବାଲ୍ୟ ବିବାହ ସଚେତନତା ଶିବିର


ଜମନକିରା : କୈଶୋର ବୟସହିଁ ସମୃଦ୍ଧ ଭବିଷ୍ୟତର ମାପକାଠି। ଏହି ବୟସରେ ନିଜର ସ୍ୱାସ୍ଥ୍ୟ, ଆଚାର ବ୍ୟବହାର, ଚାଲି ଚଳନ, ଖାଦ୍ୟପେୟ,ଶିକ୍ଷା ଦୀକ୍ଷା ପ୍ରଭୃତି ଦିଗରେ ସଚେତନ କୈଶୋର ଯୁବକ ଯୁବତୀ ଭବିଷ୍ୟତ ପାଇଁ ସୁନାଗରିକର ପରିଚୟ ତୋଲିବାର ପ୍ରକୃଷ୍ଟ ସମୟ। ଏପରିକି ବାଲ୍ୟ ବିବାହର ଅପକାରିତା, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣ ଭଳି କୈଶୋର ସଚେତନତା ସୁସ୍ଥ ସମାଜର ପରିଚାୟକ ବୋଲି ବରିଷ୍ଠ ତାଲିମଦାତା ଡା.ରାଜାରାମ ଷଡଙ୍ଗୀ ତାଲିମ ପ୍ରଦାନକରିବା ସହ ବାର୍ତ୍ତା ପ୍ରଦାନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଜି ଜମନକିରା ବ୍ଲକ୍ ଅନ୍ତର୍ଗତ ଟିକିଲିପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଘୋଷରାଗୁଡା ଠାରେ ସମ୍ବଲପୁର ସମ୍ମନ୍ୱିତ ବିକାଶ ସଂସ୍ଥା ପକ୍ଷରୁ ଆୟୋଜିତ କୈଶୋର ସ୍ୱାସ୍ଥ୍ୟ ସଚେତନତା ସଭାରେ ଏଭଳି ଆଲୋଚନା ହୋଇଛି। ସଭା ପ୍ରାରମ୍ଭରେ କଟଙ୍ଗପାଣି ସିଏସଡବ୍ଲୁ ପ୍ରଦୀପ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ଟିକିଲିପଡା ସିଏସଡବ୍ଲୁ ଶୋଭାଙ୍ଗୀନି ସାହୁ ଧନ୍ୟବାଦ ଅର୍ପଣ କରିଥଲେ। ଏହି ସଚେତନା ଶିବିରେର ୪୦ରୁ ଉର୍ଦ୍ଧ୍ବ କୈଶୋର ବୟସର କିଶୋର କିଶୋରୀ ମାନେ ତାଲିମ ନେଇ ଶେଷରେ ବାଲ୍ୟ ବିବାହ ବିରୋଧରେ ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ।