Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମକର ସଂକ୍ରାନ୍ତି ଉପଲକ୍ଷେ ବୋମାଲୋଇ ପଞ୍ଚାୟତ ବୈଦଡିହି ଠାରେ 80ଖଣ୍ଡ କମ୍ବଳ ବଣ୍ଟନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବୋମାଲୋଇ ପଞ୍ଚାୟତ ବୈଦଡିହି ଠାରେ ମକରସଂକ୍ରାନ୍ତି ଉପଲକ୍ଷେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ଗାନ୍ଧୀ ବେହେରା ଙ୍କ ନେତୃତ୍ବରେ କମ୍ବଳ ବଣ୍ଟନ କରାଯାଇଛି। ଚଳିତ ଶୀତ ଋତୁ ରେ ପ୍ରବଳ ଶୀତପ୍ରବାହ ହେଉଥିବାରୁ ଗରିବ, ବୃଦ୍ଧ ବୃଦ୍ଧା ବହୁତ କଷ୍ଟ ପାଉଛନ୍ତି। ଶୀତ ରୁ ରକ୍ଷା ପାଇବା ପାଇଁ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ଅବସରରେ ଯୁବ ବିଜେଡି ନେତ୍ରୀ ମୋନିକା ବେହେରା, ଇଂ. ଗାନ୍ଧୀ ବେହେରା, ପୂର୍ବତନ ବୋମାଲୋଇ ସରପଞ୍ଚ ଶେଷଦେବ ପଧାନ, ବିଜେଡି ର ଶୁଶୀଲ କିଷାନ, ୱାଡ଼ ମେମ୍ବର ଶେଷଦେବ ମୀର୍ଦ୍ଧା, ଗଙ୍ଗାଧର ମୀର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। 80ଖଣ୍ଡ କମ୍ବଳ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ