Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୂରରେ ପାଣିପଞ୍ଚାୟତ ପକ୍ଷ ପାଳନ…ପାଣି ପଞ୍ଚାୟତ କୁ ଗୁରୁତ୍ୱ ଦେବାକୁ ଚାଷୀଙ୍କ ଅଭିଯୋଗ.

ଲକ୍ଷ୍ମୀପୁର.୧୬/୦୧ ..ପ୍ରତି ବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସମ୍ପଦ ବିଭାଗ ଦ୍ଵାରା  ଲକ୍ଷ୍ମୀପୂରରେ ପାଣିପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ଜୟପୁର କ୍ଷୁଦ୍ର ଜଳ ସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସୁପ୍ରଭା କହଁର ଙ୍କ ପରିଚାଳନା ରେ ଲକ୍ଷ୍ମୀପୁର
ରେଳୱେ କଲନି ପାଖ ପଡିଆରେ  ଅନୁଷ୍ଠିତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନି,ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,  ଉପାଧ୍ୟକ୍ଷା ଆରତୀ କୁଲଦୀପ,ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା ,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ସାଙ୍ଗାନା ହାଇସ୍କୁଲ୍ ର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ କୃଷି କ୍ଷେତ୍ରକୁ ଜଳ ସେଚନ ବ୍ୟବସ୍ଥା,ପାଣି ପଞ୍ଚାୟତକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା। ଲକ୍ଷ୍ମୀପୁର ବ୍ଲକ୍ ସମେତ ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକ୍ ର ଅନେକ ଚାଷୀ ଉପସ୍ଥିତ ରହି  ପାଣି ନଥିବା କାରଣରୁ ଚାଷ କାର୍ଯ୍ୟ ପାଇଁ ନିଜ ନିଜ ଅଞ୍ଚଳର ସମସ୍ୟା ବିଷୟରେ କହିଥିବା ବେଳେ ନାରାୟଣ ପାଟଣା ବ୍ଲକ୍ ଢେପାଗୁଡ଼ା ଅଞ୍ଚଳରେ କେନାଲ ମରାମତି କରିବା ସହ ପାଣି ପଞ୍ଚାୟତ କୁ ଗୁରୁତ୍ୱ ଦେବାକୁ ଚାଷୀ ଏ.ବାସୁଦେବ ରାଓ,ରମେଶ ଦାସ,ଶରତ ବିସୋଇ  ପ୍ରମୁଖ କହିଥିଲେ। ସେଠାରେ ଥିବା ଏକ କେନାଲ ଭାଙ୍ଗି ତୁଟି ଯାଇଥିବାରୁ ସାତ ସହ ଏକର ଚାଷ ଜମି ନଷ୍ଟ ହେବାକୁ ବସିଲାଣି।ଉକ୍ତ କେନାଲ ମରାମତି କରିବାକୁ ଚାଷୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଗୁରୁତ୍ୱର ସହ ନେଇଁ ତୁରନ୍ତ ସରକାର ଙ୍କୁ ଦୃଷ୍ଟି ଗୋଚର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ସୁପ୍ରଭା କହଁର ପ୍ରକାଶ କରିଥିଲେ।ପାଣି ପଞ୍ଚାୟତକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ସ୍କୂଲ ର ଛାତ୍ର ଛାତ୍ରୀ ମାନଙ୍କୁ  ମାନପତ୍ର ସହ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।କ୍ଷୁଦ୍ର ଜଳ ସେଚନ କୋରାପୁଟ ସହକାରି ନିର୍ବାହି ଯନ୍ତ୍ରୀ ରାମ ଚନ୍ଦ୍ର ମୁର୍ମୁ,ନାରାୟଣପାଟଣା ସହକାରି ନିର୍ବାହି ଯନ୍ତ୍ରୀ ସିତମ କୁମାର ମେହେର୍,ବନ୍ଧୁଗାଁ ନିର୍ବାହି ଯନ୍ତ୍ରୀ କେ.ସତ୍ୟ ନାରାୟଣ,ଜୟପୁର କନିଷ୍ଟ ଯନ୍ତ୍ରୀ ରଞ୍ଜନ କୁମାର ସାହୁ ଯୋଗ ଦେଇଥିବା ବେଳେ ଜୟପୁର ଓ କୋରାପୁଟ ଜଳସେଚନ ବିଭାଗ ଓ ଜଳ ବିଭାଜିକା କର୍ମଚାରି ମାନଙ୍କ ସମେତ ଲକ୍ଷ୍ମୀପୁର ବ୍ଲକର ଅନେକ ଚାଷି ଯୋଗ ଦେଇଥିଲେ।ଜୟପୁର ଉପ ବିଭାଜନର କର୍ମଚାରୀ ଅଚ୍ୟୁତା ନନ୍ଦ ମାଳି  ମଞ୍ଚ ପରିଚାଳନା କରିଥିବା ବେଳେ ଅବସର ପ୍ରାପ୍ତ ଅମିନ ସୁଦର୍ଶନ ପଣ୍ଡା  ଡମ୍ବରୁ ମଣ୍ଡାଙ୍ଗି,ଲେଙ୍ଗୁ ମିଣୀଆକା,ବିଜୟ ନାୟକ  ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ