Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନବିଭାଗ ର କାମ ଚାଲୁଥିବା ବେଳେ ଅଘଟଣ…ପାହାଡ଼ରୁ ପଥର ଖସି ପ୍ଲାଣ୍ଟେସନ ଜଗୁଆଳି ଙ୍କ ମୃତ

ଲକ୍ଷ୍ମୀପୁର ୧୬/୦୧  ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ପଣସପୁଟ ଗାଁ ନିକଟ ପାହାଡ଼ରେ ବନ ବିଭାଗ ର କାର୍ଯ୍ୟ ଚାଲୁଥିବା ବେଳେ ପଥର ଖସିପଡ଼ି ଜଣେ ପ୍ଲାଣ୍ଟେସନ ଜଗୁଆଳି ଙ୍କର ମୃତ୍ୟୁ ହୋଇଛି।ମୃତକ ହେଲେ ପଣସ ପୂଟ ଗ୍ରାମର ବିଟୁ ହିଡ୍ରିକା (୬୫)।ମୃତ ବିଟୁ ବନ ବିଭାଗ ତରଫରୁ ପଣସପୁଟ ଗ୍ରାମ ପାଖ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ଲାଣ୍ଟେସନ ରେ ଗାଈ ଘଉଡ଼ିଆ ଭାବେ ନିୟୋଜିତ ଥିଲେ।ଆଜି ପଥର ବନ୍ଧ କାର୍ଯ୍ୟ ଚାଲୁଥିବା ସମୟରେ ତଳେ ରହି ସେ କାମ ଦେଖୁଥିବା ବେଳେ ଉପରୁ ଜଣେ ଶ୍ରମିକ ଙ୍କ ହାତ ରୁ ବଡ଼ ପଥର ଟିଏ ଖସି ଯାଇଥିଲା, ପଥର ଟି ଉପରୁ ଗଡି ଗଡି ଆସି ବିଟୁ ର ମୁଣ୍ଡ ରେ ବାଜିଥିଲା, କାର୍ଯ୍ୟରତ ଅନ୍ୟ ଶ୍ରମିକ ମାନେ ତାଙ୍କୁ ତୁରନ୍ତ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ ଭର୍ତି କରାଇଥିଲେ,ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ବନ ବିଭାଗ ରେଞ୍ଜର କୁମାର୍ ଖରା ଙ୍କ ଉପସ୍ଥିତିରେ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ବିଟୁ ଙ୍କ ପରିବାର ଅତି ଗରିବ ଶ୍ରେଣୀର ହେଇଥିବାରୁ   କ୍ଷତି ପୂରଣ ଦାବୀ କରିଥିଲେ,  ବିଭାଗ ତରଫରୁ ସେମିତି କିଛି ପ୍ରଦାନ କରାଯିବା ସକାଶେ ପ୍ରଭିଜନ ନଥିବା କୁହାଯାଇଥିଲା,ପରେ ବନ ବିଭାଗ କର୍ମଚାରୀ ମାନବିକତା ଦେଖାଇ ସମସ୍ତେ ମିଳି ମିଶି ୫୦ ହଜାର ଟଙ୍କା ଆର୍ଥିକ ରାଶି ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ