Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜମନକିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ଜମନକିରା : ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅରୁଣ ପଟେଲଙ୍କ ଅଧ୍ୟକ୍ଷତାରେ ଯୁକ୍ତ୨ ବିଦ୍ୟାଳୟର ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ମଙ୍ଗଳବାର ଦିନ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଟେଲ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରିତା ବିଷୟରେ ମତବ୍ୟକ୍ତ କରିଥିଲେ। ତାଲିମ ଶିବିର ଦାୟିତ୍ବରେ ଥିବା ଅଧ୍ୟାପିକା ତୃପ୍ତି ମଲିକ ଅତିଥୀ ପରିଚୟ,ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ଏହା ଆଠ ଦିନ ଧରି ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ପି ଇ ଟି ରଞ୍ଜନ କୁମାର ମହାକୁଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମାଷ୍ଟର ଟ୍ରେନର ସୁଜାତା ଭୁଏ ଉପସ୍ଥିତ ଥିଲେ। ଏହି ଶିବିରରେ ଯୁକ୍ତ୨ ଶ୍ରେଣୀର ମୋଟ ୧୩୩ ଜଣ ଛାତ୍ରୀମାନେ ତାଲିମ ଗ୍ରହଣ କରିବେ ବୋଲି କଲେଜ ତରଫରୁ ଜଣାପଡିଛି। ଶେଷରେ ଶ୍ରୀ ମହକୁଲ ଧନ୍ୟବାଦ ଅର୍ପଣ କରିଥିଲେ।