Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପଞ୍ଚାୟତ ଓ ବ୍ଲକ ସ୍ତରୀୟ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ

ଜମନକିରା : ଜମନକିରା ବ୍ଲକରେ ଗତ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ୨୧ ଗୋଟି ପଞ୍ଚାୟତରେ ବୁଲି ବୁଲି ଆଜି ଜମନକିରା ସଦର ମହକୁମାରେ ଉଦଯାପିତ ହୋଇଯାଇଛି। ଏଥିସହ ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ମହୋତ୍ସବ ପାଇଁ ଆଜି ଜମନକିରା ଜଗନ୍ନାଥ ମନ୍ଦିରରେ ବଡ ଧୁମ୍ ଧାମରେ ଉଦଘାଟନୀ ଉତ୍ସବ କୁ ପାଳନ କରାଯାଇଛି। ବିଡ଼ିଓ ରୀନା ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ କିଶୋର ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧକ୍ଷ୍ୟା ଆଶ୍ରିତା ଭୋଇ, ସମ୍ବଲପୁର ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶୋଭରାମ ପଧାନ, ଜିଲ୍ଲା ପରିଷଦ ଜୋନ-୧ ସଭ୍ୟା ସୁଜାତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଏଲ୍ଇଡି ମାଧ୍ୟମରେ ଉଦଘାଟନୀ ଉଷବରେ ସାମିଲ ହୋଇଥିଲେ।
ସୂଚନା ଅନୁସାରେ,
ଗତ ୬ ତାରିଖରୁ ଶୁଭାରମ୍ଭ ହୋଇଥିବା ଶ୍ରୀମନ୍ଦିର ଅର୍ପଣ ପରିକ୍ରମା ରଥ ବ୍ଲକ ସ୍ଥିତ ବିଭିନ୍ନ ଅଞ୍ଚାଲରେ ଭ୍ରମଣ କରି ଗୁଆ ଚାଉଳ ସଂଗ୍ରହ କରି ଦୀର୍ଘ ୧୦ଦିନ ପରେ ଗତକାଲି ଉଦଯାପିତ ହୋଇଥିଲା। ରଥଟିର ଶୁଭ ଉଦଘାଟନ ଜମନକିରା ବ୍ଲକ ଅଧକ୍ଷା ଆଶ୍ରିତା ଭୋଇ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଶ୍ରୀଜଗନ୍ନାଥ ଅର୍ପଣ ରଥଟି ଜମନକିରା ବ୍ଲକ ଅନ୍ତର୍ଗତ ୨୧ଗୋଟି ପଞ୍ଚାୟତକୁ ପରିକ୍ରମା କରି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା ଆଜି ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିରରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ସମୟରେ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଥିବା ନେଇ ବିଡ଼ିଓ ସୁଶ୍ରୀ ନାଏକ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟାକ୍ଷ ରୋହିତ ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାଳିନୀ ସିଂ, ଏପିଓ ମନୋଜ ଭୋଇ, ଓମପ୍ରକାଶ ସାହୁ, ଜମନକିରା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ଜମନକିରା ସମିତିସଭ୍ୟା ମିତା ମାଝୀ ପ୍ରମୁଖଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବହୁ ଅଧିକାରୀ, କର୍ମଚାରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ