Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକର ଜନସାଧାରଣ ଦେଖିଲେ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ସିଧା ପ୍ରସାରଣ

ଲକ୍ଷ୍ମୀପୁର ୧୭/୦୧ ଲକ୍ଷ୍ମୀପୁର ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନୀ ସମାରୋହର ର ସିଧା ପ୍ରସାରଣ କାର୍ଯ୍ୟ କ୍ରମ ବ୍ଲକ୍ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଯାଇଛି।ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କୁ ନେଇ ସଂପୃକ୍ତ ପଞ୍ଚାୟତର ସରପଂଚ,ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କୁ ଦାୟିତ୍ଵ ଦିଆଯାଇଥିଲା ।ଉଦଘାଟନ ଉଶ୍ଚବ ପାଇଁ ଲକ୍ଷ୍ମୀପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ଉତ୍ସବ ମୁଖର ହୋଇ ଉଠିଥିଲା।ମୁଖ୍ୟମନ୍ତ୍ରୀ ଦ୍ଵାରା ଏହି ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନୀ କରାଯାଇ ଥିବା ବେଳେ ସିଧା ପ୍ରସାରଣ ମାଧ୍ୟମରେ ସାଧାରଣ ଲୋକେ ଦେଖିପାରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୃତି ଆଗରେ ଧୂପ ଦ୍ଵୀପ ଦେଇ ପୂଜାର୍ଚ୍ଚନା କରାଯଆଇଥିଲା।ପରେ ଦୋଲିଆମ୍ବ ଗ୍ରାମର ଭଜନ ମଣ୍ଡଳୀଙ୍କ ଦ୍ଵାରା ଭଜନ କୀର୍ତ୍ତନ କରାଯାଇଥିବା ବେଳେ ଉକ୍ତ ଅଞ୍ଚଳ କମ୍ପି ଉଠିଥିଲା।ଏହି କାର୍ଯ୍ୟ କ୍ରମରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସୀକା,ବିଡ଼ିଓ ଗୁରେଶ୍ୱର ଭୋଇ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସୀକା,ଉପାଧକ୍ଷା ଆରତୀ କୁଲଦୀପ,ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମରିକା,ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗି,ଜିପିଇଓ ସୁଧୀର ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ଵୟଂ ସହାୟକ ଗୋଷ୍ଠୀ,ଅଙ୍ଗନବାଡ଼ି କର୍ମୀ ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ। ବ୍ଲକ୍ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ୍ ରହିଥିବା ବେଳେ ଉପସ୍ଥିତ ଜନ ସାଧାରଣ ପାଇଁ ଡାଲମା ଭାତ ର ବ୍ୟବସ୍ତା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ