Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଡ଼ର୍ଣ୍ ପବ୍ଲିକ୍ ସ୍କୁଲ, ରେଙ୍ଗାଲି ର ୨୮ ତମ ବାର୍ଷିକୋତ୍ସବ ମହା ସମାରୋହରେ ସମ୍ପନ୍ନ,

ସମ୍ବଲପୁର ଜିଲ୍ଲା ରେଙ୍ଗାଳି ସ୍ଥିତ ସର୍ବ ପୁରାତନ ବେସରକାରୀ ଶିକ୍ଷାନୁଷ୍ଠାନ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ର ୨୮ ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଶିକ୍ଷାବିତ୍, ସମାଜସେବୀ ତଥା ସୁସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଉଭୟ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମା ସମଲେଇ ଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ପୁରସ୍କାର ବିତରଣ ଓ ଶିକ୍ଷା ବିତରଣ ରେ ଶିକ୍ଷକ ଓ ଅଭିଭାବକ ତଥା ଶିକ୍ଷାନୁଷ୍ଠାନ ର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ସେ ତାଙ୍କ ବକ୍ତବ୍ୟରେ ସାଂପ୍ରତିକ ଘଟଣା ରାମ ମନ୍ଦିର ପ୍ରତିଷ୍ଠା ଓ ଶ୍ରୀଜଗନ୍ନାଥ ପ୍ରକଳ୍ପ ଉଦଘାଟନ ସଂପର୍କରେ ସୂଚନା ଦେଇ ଛାତ୍ର,ଛାତ୍ରୀଙ୍କ ଭିତରେ ଆ ଧ୍ୟାତ୍ମିକତା ସହ ବୈଜ୍ଞାନିକ ଚେତନା ସୃଷ୍ଟିର ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ । ସ୍କୁଲ ପରିଚାଳନା କମିଟି ର ସଭାପତି ଡାକ୍ତର ଅର୍ଜୁନ ନାୟକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ପାଣି ଅତିଥି ପରିଚୟ ପ୍ରଦାନ କରିବାକୁ ଯାଇ ଶ୍ରୀ ନାୟକ ଙ୍କ ସମାଜ ସେବା,ସାହିତ୍ୟ ସାଧନା,ପରିବେଶ ସେବା ଆଦି ପାଇଁ ଆଗାମୀ ଦିନରେ ପଦ୍ମ ପୁରସ୍କାର ରେ ଭୂଷିତ ହୋଇ ପାରିବେ ବୋଲି ସ୍କୁଲ ପକ୍ଷରୁ କାମନା କରିଛୁ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ କୃତି ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅତିଥି ସୁବାସ ନାୟକ ଙ୍କୁ ଉତ୍ତରୀ ଓ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ବିଶ୍ଵନାଥ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ ।କାର୍ଯ୍ୟକ୍ରମ ଶେଷରେ ଖଚାଖଚ ଦର୍ଶକ ଙ୍କ ଭିଡ଼ ଭିତରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମ ପୂର୍ବରୁ ଅତିଥି ଗଣ ଛାତ୍ର,ଛାତ୍ରୀ ଙ୍କ ଆକର୍ଷଣୀୟ ଶିକ୍ଷା ଓ ସାଂପ୍ରତିକ ସମୟ ଉପରେ ଆଧାରିତ କରିଥିବା ପ୍ରଦର୍ଶନୀ କୁ ଅବଲୋକନ କରି ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳି ଥିଲା ।