Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ଶୀର୍ଷକ ଆଲୋଚନାଚକ୍ର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀଙ୍କ ସଭାପତିତ୍ବରେ ନୂଆଁ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା କାର୍ୟକ୍ରମରେ ଶ୍ରୀଜଗନ୍ନାଥ ସଂକୃତି ଓ ଚେତନା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ପଣ୍ଡିତ ଓ ଅତିଥୀଗଣ ମହାପ୍ରଭୁ ଜଗନ୍ନାଥଙ୍କ ତୈଳଚିତ୍ରରେ ମନ୍ତ୍ର ପାଠ ସହ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଆଡଭୋକେଟ ତଥା କୁଚିଣ୍ଡା କଲେଜ ପରିଚାଳନା କମିଟି ସଭପତି ହୃଦାନନ୍ଦ ଶର୍ମା, ଆଠଗାଁ ସ୍ଥିତ ରୁଷିକୁଲ୍ୟା ଆଶ୍ରମ ସଂସ୍କୃତ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର‌ ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା, ପଣ୍ଡିତ ତଥା ସାହିତିକ୍ୟ ଅଲେଖ ପତି, ସାହିତ୍ୟକ ଓ ଶିକ୍ଷାବିତ ସୁବାଷ ଚନ୍ଦ୍ର ନା଼ୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜଗନ୍ନାଥ ଚେତନା ଓ ସଂସ୍କୃତି ବିଷୟରେ ଆଲୋକପାତ କରି ଜଗନ୍ନାଥ ପରିବେଶ ସୃଷ୍ଟି କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଆଲୋଚନା ଚକ୍ର କୁ ସଂଯୋଜନା କରିଥିବା ବେଲେ ଅଧ୍ୟାପକ ସତ୍ୟନାରାରଣ ପଟେଲ ଉଦ୍ଦେଶ୍ୟ ଜ୍ଞାପନ, ସ୍ବାଗତ ଭାଷଣ ଓ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ପୂର୍ବତନ ସଂପାଦକ ହିମାଂଶୁ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ପୂରୋହିତ, ପୂର୍ବତନ ଛାତ୍ର ସଂସଦର ସଭାପତି ଅରୁଣ କୁମାର ପଟେଲ, ଗଜିନ୍ଦ୍ର ସାଥୁଆ, ଅଧ୍ୟାପିକା ଭାବନା ପାଣ୍ଡେ, ପ୍ରତିମା ନାୟକ, ଡିଇଓ ସମିନ ରଞ୍ଜନ ନାଏକ, ଖେଳ ଶିକ୍ଷକ ଦିଲିପ କୁମାର ପୂରୋହିତ, ଜୟଦେବ ରାଉତ, ଅସିମ କୁମାର ପରୁଆ ତଥା ସମସ୍ତ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ