Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସ୍କୁଟି ଚୋରୀ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ୱାର୍ଡ ନଂ-୫ ବାସିନ୍ଦା ଅଶୋକ ଶର୍ମା ନାମକ ବ୍ଯକ୍ତିଙ୍କ ଠାରୁ ସ୍କୁଟି ଛଡାଇ ନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୁଚିଣ୍ଡା ଏସଡିଜେଏମ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଜମନକିରା ଥାନା ଗାନ୍ଧିପଡାର ସୁଜିତ ଜାମୁଡାଲିଆ ଓରଫ ଲାଲମୋହନ(୩୨)। ସ୍କୁଟି ମାଲିକଙ୍କ ଏତଲା ଆଧାରରେ ପୋଲିସ କୁଚିଣ୍ଡା ଥାନାରେ ଆଇପିସି ୩୯୨ (ନଂ-୩୦/୨୪)ରେ ଏକ ମାମଲା ରୁଜୁ କରି ଛଡାଇ ନେଇଥିବା ସ୍କୁଟି(ନଂ.ଓଡି ୧୫ ଆର ୯୮୨୧)କୁ ଜବତ କରିଛି।
ପୋଲିସର ସୂଚନା ଅନୁଯାୟୀ କୁଚିଣ୍ଡା ଏନଏସି ବାସିନ୍ଦା ଅଶୋକ ଶର୍ମା କୁଚିଣ୍ଡା ସ୍ଥିତ କୁସୁମୀ ଛକ ପେଟ୍ରୋଲ ପମ୍ପ ନିକଟ ବାଇପାସ ଜାତୀୟ ରାଜପଥ କଡରେ ଏକ ଫଳ ଦୋକାନ କରିଛନ୍ତି। ଗୁରୁବାର ଅଭିଯୁକ୍ତ ଜଣକ ତାଙ୍କଠାରୁ ଏହି ସ୍କୁଟିକୁ ଜବରଦସ୍ତ ଛଡାଇ ନେଇ ଚମ୍ପଟ ମାରିଥିଲେ। ଏନେଇ ଅଶୋକ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ଲାଲମୋହନଙ୍କୁ ଗିରଫ କରି ତାଙ୍କ ଠାରୁ ଛଡାଇ ନେଇଥିବା ସ୍କୁଟିକୁ ଜବତ କରିଛି।
ଅଭିଯୁକ୍ତଙ୍କ ଫଟୋ ଅଛି