Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଟା ହବ୍‌ ହେବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ହେବ ଡାଟା ହବ୍‌। ୨୦୨୫ ସୁଦ୍ଧା ସମଗ୍ର ଓଡ଼ିଶା ଡାଟା ହବ୍‌ରେ ପରିଣତ ହେବ। ଗତ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ରେ ଓଡ଼ିଶା ଡାଟା ସେଣ୍ଟର ପଲିସି-୨୦୨୨ ଘୋଷଣା କରାଯାଇଥିଲା। ଓଡ଼ିଶାକୁ ଡାଟା ହବ୍‌ରେ ପରିଣତ କରିବା ଲାଗି କମ୍ପାନୀଙ୍କ ଆଗମନ ଆରମ୍ଭ ହୋଇଛି। ଡାଟା ସେଣ୍ଟର ପ୍ରତିଷ୍ଠା ହେଲେ ବ୍ୟାଙ୍କିଙ୍ଗ୍‌‌, ମନୋରଞ୍ଜନ, ଆର୍ଥିକ କାରବାର, ଆଇଟି କ୍ଷେତ୍ର ବେଶ୍‌‌ ଉପକୃତ ହେବେ। ଏହା ଭିତରେ ଆର୍‌ବିଆଇ ସମେତ ୫ଟି କମ୍ପାନୀ କାମ ଆରମ୍ଭ କଲେଣି। ଏସବୁ କମ୍ପାନୀଙ୍କୁ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ କିଛି କମ୍ପାନୀଙ୍କ ପାଇଁ ଜମି ଚିହ୍ନଟ ହୋଇସାରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଆରବିଆଇ ଅଧିକୃତ (ଆଇଏଫ୍‌‌ଟି) ଭୁବନେଶ୍ୱର ଉପକଣ୍ଠରେ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ୟୋଟା ଡାଟା ସେଣ୍ଟର, କଣ୍ଟ୍ରୋଲ ଏସ୍‌‌ ଭଳି କମ୍ପାନୀ ମଧ୍ୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ସୂତ୍ରରୁ ପ୍ରକାଶ। କମ୍ପାନୀ ଏଠାରେ ୧୬୯ କୋଟି ଟଙ୍କା ବିନିଯୋଗ କରିବ ବୋଲି ଜଣାପଡ଼ିଛି। ୧୮.୫୫ ଏକର ଜମିରେ ଡାଟା ସେଣ୍ଟର ପ୍ରତିଷ୍ଠା କରାଯିବ।