Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁଁ ତ ଅଯୋଧ୍ୟା ନିଶ୍ଚୟ ଯିବି, ଯିଏ ଯାହା କରିବା କଥା କରନ୍ତୁ: ପ୍ରାଣ ପ୍ରତିଷ୍ଠାକୁ ନେଇ ହରଭଜନଙ୍କ ରୋକ୍ ଠୋକ୍

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଭିନ୍ନ ଭିନ୍ନ ରାୟ ପ୍ରକାଶ ପାଉଛି । ଏହା ମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ହରଭଜନ ସିଂ କହିଛନ୍ତି, କଉ ପାର୍ଟି ଯାଆନ୍ତୁ କି ନ ଯାଆନ୍ତୁ କିନ୍ତୁ ମୁଁ ସେହି ଦିନ ଅଯୋଧ୍ୟା ନିଶ୍ଚୟ ଯିବି । କଂଗ୍ରେସ ଦ୍ୱାରା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣ ଅସ୍ୱୀକାର କରିବା ଉପରେ ପୂର୍ବତନ କ୍ରିକେଟର କହିଛନ୍ତି, ଏହା ଆମର ସୌଭାଗ୍ୟ ଯେ, ଆମ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଛି । ଏଥିପାଇଁ ସମସ୍ତେ ଯାଇ ଶ୍ରୀରାମଙ୍କ ଆଶୀର୍ବାଦ ନେବା ଉଚିତ୍ । କୌଣସି ପାର୍ଟି ଯାଆନ୍ତୁ କି ନ ଯାଆନ୍ତୁ ମୁଁ ଅଯୋଧ୍ୟା ନିଶ୍ଚୟ ଯିବି ।

ହରଭଜନ ସିଂ କହିଛନ୍ତି, ମୁଁ ଅଯୋଧ୍ୟା ଗଲେ ଯଦି କାହାର କିଛି ସମସ୍ୟା ତେବେ ସେମାନେ ଯାହା କରିବା କଥା କରନ୍ତୁ । ମୁଁ ତ ନିଶ୍ଚୟ ଯିବି । ଏହା ପୂର୍ବରୁ ହରଭଜନ ଜାନୁଆରୀ ୨୨ରେ ହେଉଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦେଶବାସୀଙ୍କୁ ଶୁଭକାମନା ଜଣାଇଥିଲେ ।

ମୁଁ ଚାହୁଁଛି ଜାନୁଆରୀ ୨୨ରେ ଅଧିକରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ଟିଭି ମାଧ୍ୟମରେ ହେଉ କି ଅଯୋଧ୍ୟା ଯାଇ ହେଉ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦିଅନ୍ତୁ । କାରଣ ଏହା ଐତିହାସିକ ଦିନ । ଭଗବାନ ରାମଙ୍କ ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ଏହା ବହୁତ ବଡ କଥା । ମୁଁ ବହୁତ ଆଧ୍ୟାତ୍ମିକ ବ୍ୟକ୍ତି । ମୁଁ ପ୍ରତ୍ୟେକ ମନ୍ଦିର, ମସଜିଦ ଓ ଗୁରୁଦ୍ୱାରାରେ ପ୍ରାର୍ଥନା କରିଥାଏ । ଯେବେ ବି ସୁଯୋଗ ମିଳିବ ମୁଁ ନିଶ୍ଚୟ ଯିବି ବୋଲି ହରଭଜନ କହିଛନ୍ତି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ରାଜନୈତିକ ଦଳ ଦେଖି ଚାହିଁ ପଦକ୍ଷେପ ନେଉଛନ୍ତି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି । ତେବେ ଅରବିନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରି ଦେଇଛନ୍ତି । ତେବେ ଜାନୁଆରୀ ୨୨ ପରେ ସେ ପୁରା ପରିବାର ସହ ଅଯୋଧ୍ୟା ଯିବେ ବୋଲି କେଜରିୱାଲ କହିଥିଲେ ।