Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୈଶୋର ସ୍ୱାସ୍ଥ୍ୟ ସାମଗ୍ରିକ ବିକାଶର ଦ୍ୱାର ଦେଶ

ସମ୍ବଲପୁର (ପଡିଆବାହାଲ):କୈଶୋର ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏହି ସମୟର ସ୍ୱାସ୍ଥ୍ୟ ଆଗାମୀ ଭବିଷ୍ୟତ ପାଇଁ ମୂଲ୍ୟବାନ ଜୀବନ ଦର୍ଶନ। ତେଣୁ କୈଶୋର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଏହା ସାରା ଜୀବନ ପାଇଁ ଆମ ଦ୍ୱାରଦେଶ ଭଳି କାର୍ଯ୍ୟରେ ଆସିବ ବୋଲି ଆଜି ବଡତୁରାଙ୍ଗ ଅଙ୍ଗନୱାଡି ଠାରେ ଆୟୋଜିତ କିଶୋରୀ ବାଳିକାଙ୍କ ସଚେତନତା ସଭାରେ ଗୁରିତ୍ୱଆରୋପ କରାଯାଇଛି। ଅଙ୍ଗନୱାଡି କର୍ମୀ କୁମଦିନୀ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ବାହାମ ସରପଞ୍ଚ୍ ଶ୍ରୀମତୀ ସରସ୍ବତୀ ଭୋସାଗର,କୈଶୋର ସ୍ୱାସ୍ଥ୍ୟ ତାଲିମଦାତା ଡା.ରାଜାରାମ ଷଡଙ୍ଗୀ କୈଶୋର ବୟସର ସମସ୍ତ ଦିଗକୁ ନେଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ,ଦୃଢତା ଓ ଜୀବନ କୌଶଳ ଉପରେ ବୁଝାଇ ଉପରୋକ୍ତ ମର୍ମର ଗୁରୁତ୍ୱ ଆରୋପ କରିଥିଲେ ।ଏଥିରେ ବଡତୁରାଙ୍ଗ ଗ୍ରାମର ୧୦ରୁ ଉର୍ଦ୍ଧ୍ବ କିଶୋରୀ ବାଳିକା ଅଂଶଗ୍ରହଣ କରିଥିବା ବେଳେ ୱାଡମେମ୍ବର ସୌଦାମିନୀ ମେହେର,ଗୀତାଞ୍ଜଳି ମେହେର,ସିଆରପି ଜୟନ୍ତୀ ରଣା, ଅଙ୍ଗନୱାଡି ସହାୟିକା ଜେମା ମେହେର,ସନ୍ତୋଷିନୀ ପ୍ରଧାନ,ସଂଯୁକ୍ତା ପ୍ରଧାନ ଓ ଲଲିତା ମେହେର ପ୍ରମୂଖ ଉପସ୍ଥିତ ଥିଲେ ।