Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଡାବାହାଲ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ଭାଷା ପ୍ରତିଯୋଗିତାର ଉଦଯାପନୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅର୍ଡବାହାଲ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଏକ ସପ୍ତାହ ବ୍ୟାପୀ ନୁଆ-ଓ ଓଡ଼ିଆ ଭାଷା ପ୍ରତିଯୋଗିତା ଉଦଯାପନ ହୋଇଯାଇଛି।ଏହି ଉପଲକ୍ଷେ ଅଧ୍ୟକ୍ଷ ରଞ୍ଜନ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ବିଧାୟକ କିଶୋର ଚନ୍ଦ୍ର ନାଏକ ମୁଖ୍ୟଅତିଥି, ଶିକ୍ଷାବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଓଡ଼ିଆ ଭାଷାକୁ ଯୁଗ ଉପଯୋଗୀ କରିବା ସହ ବହୁଳ ବ୍ୟବହାର କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶୋଭାରାମ ପଧାନ, କବି ଅଲେଖ ପତି, ସମିତିସଭ୍ୟ ଚଂପାବତି ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷାର ମାହାତ୍ମ୍ୟ ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅଧ୍ୟାପକ ରବୀନ୍ଦ୍ର ଓଝା ସ୍ୱାଗତ ଅଭିଭାଷଣ, ଅତିଥି ପରିଚୟ ପ୍ରଦାନ ସହ ସଭାକୁ ସଂଯୋଜନା କରିଥିଲେ। ଓଡ଼ିଆ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ, ଏବିଇଓ ଗୌରାଙ୍ଗ କୁସୁମ, ଜଗଦୀଶ ଖଣ୍ଡେଲୱାଲ, ସରୋଜ ଖର୍ସେଲ,ବସନ୍ତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଉତ୍ସବରେ ଅତିଥି ଗଣ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ଶେଷରେ ଅଧ୍ୟାପିକା ମୁଣିମା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ