Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାୟଗଡା ର ଜଣା ଶୁଣା ବ୍ୟକ୍ତି ଙ୍କ ଅକାଳ ମୃତ୍ୟୁ.

ଲକ୍ଷ୍ମୀପୁର ୨୧/୦୧…ରାୟଗଡା ର ଜଣାଶୁଣା ବ୍ୟକ୍ତି ତଥା ଲକ୍ଷ୍ମୀପୁର ର ବରିଷ୍ଠ ସାମ୍ବାଦିକ ପରମେଶ୍ୱର ସାହୁ ଙ୍କ ଶଶୁର ପଦ୍ମନାଭ ପଣ୍ଡୁ ସାହୁ ଙ୍କ ୬୨ ବର୍ଷ ବୟସ ରେ ରାୟଗଡା ମେଡିକାଲ ରେ ମୃତ୍ୟୁ ହୋଇଯାଇଛି।ମୃତ୍ୟୁ ଶଯ୍ୟା ନିକଟରେ ପଦ୍ମନାଭ ଙ୍କ ଧର୍ମ ପତ୍ନୀ ପତ୍ନୀ ରାଜେଶ୍ୱରୀ ପାଣ୍ଡୁ ସାହୁ ଙ୍କ ସମେତ ମା,ଶାଶୁମା,ତିନି ଝିଅ ତିନି ଜ୍ୱାଇଁ,ନାତି ନାତୁଣୀ, ବଡ ଭାଇ,ସାନଭାଇ,  ଦୁଇ ଶଳା, ଶଳା ଭାଉଜ, ଦୁଇ ସଡୁ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ।ବଡଜ୍ୱାଇଁ ସାମ୍ବାଦିକ ପରମେଶ୍ୱର ସାହୁ ରାୟଗଡା ସ୍ମଶାନ ରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ।ସେ ଜଣେ ସରଳ ନିଷ୍କପଟ ମଣିଷ ଥିଲେ, ତାଙ୍କ ମୃତ୍ୟୁ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।ରାୟଗଡା ର ଜଣାଶୁଣା ସାମ୍ୱାଦିକ ଅମୁଲ୍ୟରତ୍ନ ସାହୁ, ନିରଞ୍ଜନ ପାଳ, ଶରତ ନାୟକ, ଯୁଧିଷ୍ଠିର ବାଘ ଙ୍କ ସମେତ ରାୟଗଡା, ରାମନାଗୁଡ଼ା, ସେମିଲିଗୁଡା ସହ ଲକ୍ଷ୍ମୀପୁର ର ଅନେକ ପରମେଶ୍ୱର ସାହୁ ସମ୍ପର୍କୀୟ ସାଙ୍ଗ ସାଥି ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାର ରେ ସାମିଲ ହୋଇଥିଲେ।ଦୀର୍ଘ ବର୍ଷ ହେଲା ସ୍ବର୍ଗତ ପଦ୍ମନାଭ ରାୟଗଡା ର ଜଣା ଶୁଣା ଠିକାଦାର ଡ଼ିଡ଼ି ପତି ଙ୍କ ର ମୁଖ୍ୟ ସୁପର ଭାଇଜର ଭାବେ ପଦ୍ମନାଭ କାର୍ଯ୍ୟ କରୁଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ