Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅର୍ପଣ ଚାଉଳର ସୁବିନିଯୋଗ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରଙ୍କ ମାଧ୍ୟମରେ ସରକାରଙ୍କୁ ଗ୍ରାମୀଣ ବ୍ୟକ୍ତିଙ୍କ ପ୍ରସ୍ତାବ

ଜମନକିରା : ଜଗତର ନାଥ ଜଗନ୍ନାଥଙ୍କ ତୀର୍ଥକ୍ଷେତ୍ର ପୁରୀ ହେଲେ ମଧ୍ୟ ଜଗନ୍ନାଥ ମହାପ୍ରଭୁ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ମହାପ୍ରଭୁଙ୍କ ସଂପତ୍ତି ନଥିବାରୁ ଭୋଗରାଗ ପାଇଁ ଅନେକ ସମସ୍ୟା ଦେଖାଦେଇଥାଏ। ଏଭଳି ଅନେକ ପରିସ୍ଥିତିର ନଜରକୁ କେହି ଏଡାଇ ଦେଇ ପାରିବେନି। ଏଭଳି ପରିସ୍ଥିତିରେ ଯୁଯୋମୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ ସାଏଙ୍କ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ପ୍ରାର୍ଥନା କରି ଏକ ପ୍ରସ୍ତାବ ଦେଇଛନ୍ତି ବାହାମ ପଞ୍ଚାୟତ ପଡିଆବାହାଲ ଅଞ୍ଚଳର ଜଣେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ । ଏକ ସ୍ମାରକ ପତ୍ର ବିଡିଓଙ୍କୁ ଦେଇ ସେ ଅନୁରୋଧ କରୁଛନ୍ତିଯେ, ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଅର୍ପଣ କରିଥିବା ଅରୁଆ ଚାଉଳ ବ୍ଲକ୍ ର ଜଗନ୍ନାଥ ମନ୍ଦିର ମାନଙ୍କରେ ବ୍ୟବହାର କରାଯିବାକୁ ସରକାରଙ୍କ ଅନୁମତି ମଗାଯାଉ। କାରଣ ହେଲା, ପୁରୀ ଶ୍ରୀମନ୍ଦିରର ରହିଛି ଅଚଳାଚଳ ସଂପତ୍ତି। ପୁଣି ଏହି ଅର୍ପଣ ଚାଉଳ ଶ୍ରୀମନ୍ଦିରରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଗଜପତି ମହାରାଜ କହୁଥିବା ବେଳେ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡି ବୋଲି ସୁଆରମହାସୁଆର ନିଯୋଗ କହିଛି। ହେଲେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ନ୍ନ ଭୋଗ ଲାଗୁଥିବାରୁ ଏହି ଖିଚିଡି ପୁଣି କଣ ଓ କାହାପାଇଁ କେମିତି ବ୍ୟବାହର ହେବ ଏହାକୁ ନେଇ ପ୍ରଶ୍ନ ଉଠିପାରେ । ତୃତୀୟରେ ଏହି ଅର୍ପଣ ଚାଉଳକୁ ନେବାପାଇଁ ପରିବହନ ଖର୍ଚର ଆବଶ୍ୟକତା ଥିବାବେଳେ ଏ ଚାଉଳ ରଖିବାକୁ କେଉଁ ସ୍ଥାନ ଚିହ୍ନଟ କରାଯାଇଛି ? ସରକାର ଏଭଳି କିଛି ନିଷ୍ପତ୍ତି ନେଇନାହାଁନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କୁ ତୃଣମୂଳ ସ୍ତରରୁ ପ୍ରସ୍ତାବ ଦେବା ଜନସାଧାରଣଙ୍କ ମଧ୍ୟ କାମ ହୋଇଥିବାରୁ ଏଭଳି ଏକ ପ୍ରସ୍ତାବ ଯୁଯୋମୁରା ବ୍ଲକ୍ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟ ସରକାର ପାଖରେ ଜଣାଇବାକୁ ଅନୁରୋଧ କରିଛନ୍ତି ଡା.ଷଡଙ୍ଗୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ନିୟମିତ ଭୋଗ ପାଇଁ ବହୁ ସ୍ଥାନରେ ବ୍ୟବସ୍ଥା ନାହିଁ ଓ ଭୋଗ ପାଇଁ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ବୋଲି ସେ ସ୍ମାରକ ପତ୍ରରେ ଉଲ୍ଲେକ୍ତରି ଏହି ଅର୍ପଣ ଚାଉଳକୁ ବ୍ଲକ୍ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ସବୁକୁ ଚିହ୍ନଟ କରି ଗୁଆ ପୁରୀ ପଠାଇ ଚାଉଳ,ଶ୍ରୀଫଳ ଆଦି ଅର୍ଘ୍ୟ ବ୍ଲକ୍ ସ୍ତରୀୟ ମନ୍ଦିର ଗୁଡିକରେ ବ୍ୟବହାର କରାଯାଉ ବୋଲି ପ୍ରସ୍ତାବ ଦେଉଛନ୍ତି।ସରକାର ଆଞ୍ଚଳିକ ମନ୍ଦିର ପ୍ରତି ନିଜର ଆଭିମୂଖ୍ୟକୁ ସ୍ୱଷ୍ଟ କରିବା ସହିତ ଆଗକୁ ଆସୁଥିବା ବଡ ବିବାଦରୁ ମୁକ୍ତ ହେବା ପାଇଁ ଏ ସହଜ ଉପାୟକୁ ଅବଲମ୍ବନ କରିବାକୁ ଏଭଳି ପ୍ରସ୍ତାବକୁ ସରକାର ଗ୍ରହଣ କରିନେବେ ବୋଲି ସେ ଆଶାବାଦୀ କହିଛନ୍ତି। ଏହାର ନକଳ ସେ ସ୍ଥାନୀୟ ବିଧାୟକ ଇଂ ରୋହୀତ ପୂଝାରୀ,ସାଂସଦ ନିତିଶ ଗଙ୍ଗଦେବଙ୍କ ସହିତ ବହୁ ନେତୃସ୍ଥାନୀୟ ନେତୃତ୍ୱକୁ ଦେଇଛନ୍ତି । ଡାକ୍ତର ଷଡଙ୍ଗୀଙ୍କ ଏଭଳି ପ୍ରସ୍ତାବକୁ ସବୁ ମହଳରୁ ସ୍ୱାଗତ କରାଯାଇ ଏହା ଏକ ଗଠନଶୀଳ ପରାମର୍ଶ ଓ ବିବାଦ ମୁକ୍ତ ପାଇଁ ସରକାରଙ୍କୁ ଏହା ଏକ ସୁନ୍ଦର ଓ ଉତ୍ତମ ପ୍ରସ୍ତାବ ବୋଲି ବହୁ ନେତୃ ସ୍ଥାନୀୟ ନେତା ଓ ବ୍ୟକ୍ତି ବିଶେଷ ମତପୋଷନ କରିଛନ୍ତି। ତେବେ ବିଡିଓ ଏହାକୁ ନେଇ କାହାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଓ ସରକାର ଏହା ଉପରେ କି ପଦକ୍ଷେପ ନେଉଛନ୍ତି ଆଗକୁ ଦେଖିବାକୁ ବାକି ରହିଲା।