ହଜାରେ ବର୍ଷ ଯାଏ ଛିଡା ହୋଇ ରହିବ ରାମ ମନ୍ଦିର, ଭୂକମ୍ଫ ଓ ବନ୍ୟାରେ ଦୋହଲିବ ନାହିଁ ମନ୍ଦିର

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ମନ୍ଦିର ମାତ୍ର ଏକ ପୂଜା ସ୍ଥଳ ନୁହେଁ, ବରଂ ଏଥିରେ ପ୍ରାଚୀନ ଆସ୍ଥା ଓ ଆଧୁନିକ ବିଜ୍ଞାନର ମିଶ୍ରଣ ରହିଛି । ରାମ ମନ୍ଦିରର ଡିଜାଇନ ଇଞ୍ଜିନିୟରଙ୍କ ଚମତ୍କାରିତାକୁ ଦର୍ଶାଉଛି । ମନ୍ଦିରକୁ ଏମିତି ମଜବୁତର ସହ ନିର୍ମାଣ କରାଯାଇଛି ଯେ, ଏହା ଭୂକମ୍ପର ତୀବ୍ର ଝଟକା ଓ ଭୀଷଣ ବନ୍ୟାକୁ ସହଜରେ ସାମ୍ନା କରି ପାରିବ । ଅଯୋଧ୍ୟାର ଏହି ଦିବ୍ୟ ମନ୍ଦିରର ଅବଧି ୧୦୦୦ ବର୍ଷ ପର୍ଯ୍ୟନ୍ତ ରହିଛି । ଟାଟା ସହ ଏଲ ଆଣ୍ଡ ଟି ପକ୍ଷରୁ ରାମ ମନ୍ଦିରର ନିର୍ମାଣ କରାଯାଇଛି । ଏହାକୁ ବହୁ ସତର୍କତାର ସହ ଆଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି ।
ଋାମ ମନ୍ଦିରର ଡିଜାଇନ ପାରମ୍ପରିକ ନାଗର ବାସ୍ତୁକଳା ଶୈଳୀରେ ରହିଛି, ଯେଉଁଥିରେ ୩୬୦ ଖମ୍ବ ରହିଛି । ମନ୍ଦିର ସଂପୂର୍ଣ୍ଣ ଭାବେ ପଥରରେ ନିର୍ମାଣ କରାଯାଇଛି, ଯେଉଁଥିରେ ଅତ୍ୟାଧୁନିକ ଲୁହା, ଷ୍ଟିଲ୍ ଓ ସିମେଂଟ ବ୍ୟବହାର କରାଯାଇଛି । ଯଦ୍ୱାରା ମନ୍ଦିର ୬.୫ ତୀବ୍ରତା ଭୂକମ୍ପରୁ ସୁରକ୍ଷିତ ରହି ପାରିବ । ଏଠାରେ ଇଞ୍ଜିନିୟରିଂରଙ୍କ କୁଶଳୀ କାରିଗର ଦେଖିବାକୁ ମିଳିଛି । ଚେନ୍ନାଇରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଧାରରେ ମନ୍ଦିର ନିର୍ମାଣ କରାଯାଇଛି । ଏହି ଆଧାରରେ ୧୫ ମିଟର ମାଟି ଖୋଳା ଯାଇ ରି ଇଞ୍ଜିନିୟରିଂ କରାଯାଇ ମାଟି ଭରା ଯାଇଛି । ନିର୍ମାଣ ସମୟରେ ୪୭ ପରତ ବିଛା ଯାଇଛି ।