Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡଖମାର ରେ ବ୍ଲକ ସ୍ତରୀୟ ତିଅର ସାମାଜ ର ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ବ୍ଳକ ସ୍ତରୀୟ ତିଅର ସମାଜର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।‌ ପ୍ରଥମେ ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକାରୀ ସଭାପତି ଗଣ୍ଡାରାମ ପଧାନ ଙ୍କ ନେତୃତ୍ବରେ ଉକ୍ତ ବୈଠକ ଆୟୋଜିତ ହୋଇଥିବା ବେଳେ ସମସ୍ତ ସଦସ୍ୟ ଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ଶୁକ୍ରୃ ବେହେରା , ସମ୍ପାଦକ ରାଜକୁମାର ପଧାନ, କୋଷାଧ୍ୟକ୍ଷ ସିଟୁ ପଧାନ କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଆସନ୍ତା ୧୦ ତାରିଖ ଦିନ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ କରାଯାଇଥିଲା । ଠକ ପଧାନ, ଧତାଡୁ ପଧାନ , ଘୁଣ୍ଡୁ ବେହେରା , ଗୁପ୍ତେଶ୍ୱର ପଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।‌