Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଏସଡବ୍ଲୁର ଦାଦାଗିରି: ଠେଲ୍‌କୋଲୋଇ ଥାନାରେ ଏତଲା

ରେଙ୍ଗାଲି ବ୍ଲକ୍ ‌ଠେଲକୋଲୋଇ ଥାନା ଅନ୍ତର୍ଗତ ଖଡ଼ିଆପାଲି ଗ୍ରାମରେ ଥିବା ଗୌରାଙ୍ଗ ପଣ୍ଡା ଓ ସହଦେବ ପଣ୍ଡାଙ୍କ ଜମିରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ବିଷାକ୍ତ ପାଉଁଶ ପକାଇ ଜମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଯଦ୍ବାରା ପରିବାର ପ୍ରତିପୋଷଣର ମୁଖ୍ୟ ମାଧ୍ୟମ ଏବେ ବାଧାପ୍ରାପ୍ତ ‌ହୋଇଛି। ଏସଂକ୍ରାନ୍ତରେ ଆଜି ଝାରସୁଗୁଡ଼ା ବମ୍ବେ ଛକର ଆଇନ୍‌ଜୀବୀ ବିକାଶ ପଣ୍ଡା ‌ଠେଲକୋଲୋଇ ଥାନାର ଦ୍ବାରସ୍ଥ ହୋଇ କମ୍ପାନି ବିରୋଧରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଜେଏସ୍‌ଡବ୍ଲ୍ୟୁ କୌଣସି ନୋଟିସ୍‌ ନଦେଇ ଏହି ପାଉଁଶ ପକାଇଥିବା ବେଳେ ଜମି ଆଉ ଚାଷଯୋଗ୍ୟ ହୋଇ ରହିନାହିଁ। ଜେଏସ୍‌ଡବ୍ଲ୍ୟୁ ଲୋକ ସମ୍ପର୍କ ବିଭାଗର ଅଧିକାରୀ ପ୍ରମୋଦ ପାତ୍ର ଶ୍ରୀ ପଣ୍ଡାଙ୍କ ଭାଇ ପ୍ରୀତମ୍‌ ପଣ୍ଡାଙ୍କୁ ଧମକ ଦେବା ସହିତ ପୁଲିସ୍‌ରେ ଅଭିଯୋଗ କଲେ ବି କୌଣସି ସୁଫଳ ହେବନି ବୋଲି କହିଥିବା ଏତଲାରେ ଉଲ୍ଳେଖ ରହିଛି। ଏସମ୍ପର୍କରେ ସେ ନିଜେ ଜେଏସ୍‌ଡବ୍‌ଲ୍ୟୁର ଉପ ସଭାପତି ଏସ୍‌ ଏନ୍‌ ସିଂଙ୍କ ପାଖକୁ ଯାଇ ଆଲୋଚନା କରି ଫେରିବା ପରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ କୌଣସି ମାମଲା ହେବନି ବୋଲି ଶ୍ରୀ ପାତ୍ର ତାଙ୍କୁ କହିଥିବା ଅଭିଯୋଗ ହୋଇଛି। ଯଦି ଏହି ଘଟଣାରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କୌଣସି ଅପ୍ରତୀକର ସ୍ଥିତି ଉପୁଜିଲେ ସେଥିପାଇଁ କମ୍ପାନି କର୍ତ୍ତୃପକ୍ଷ, ପୁଲିସ୍‌ ଓ ପ୍ରଶାସନ ଦାୟୀ ରହିବେ ବୋଲି ଅଭିଯୋଗକାରୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ