ଓଡିଶାର ୧୫ ଜଣଙ୍କୁ ମିଳିବ ସାହସିକ ପୁରସ୍କାର, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ; ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ


ଭୁବନେଶ୍ୱର: ଆଉ ଦିନ ପରେ ସାରା ଦେଶ ପାଳିତ ହେବ ୭୫ତମ ଗଣତନ୍ତ୍ର ଦିବସ। ଏଥିପାଇଁ ରାଜ୍ୟଠୁ ନେଇ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି । ଏହା ପୂର୍ବରୁ ରାଷ୍ଟ୍ରପତି ଭବନ ପକ୍ଷରୁ ସାହସିକ ପୁରସ୍କାର ଘୋଷଣା କରାଯାଇଛି । ଏଥର ୨୭୭ ଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ତାଲିକାରେ ଓଡିଶାର ୧୫ ଜଣଙ୍କୁ ସ୍ଥାନ ମିଳିଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ ।

ସୂଚନା ଅନୁଯାୟୀ, ଓଡିଶାରୁ ଯେଉଁ ୧୫ ଜଣଙ୍କୁ ସାହସିକ ପୁରସ୍କାର ମିଳିବ, ସେଥିରେ ୨ ଜଣ ଏସଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାମିଲ୍ । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଓଡିଶାର ୧୧ ଜଣ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ । ତାଲିକାରେ ପୂର୍ବାଂଚଳ ଆଇଜି ସତ୍ୟବ୍ରତ ଭୋଇ, ୩ ଜଣ ଡିଏସପି ରାଙ୍କର ଅଧିକାରୀ ସାମିଲ୍ । ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ଏହି ପଦକ ମିଳିବ ।