Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏମିତି ଏକ ଭକ୍ତ ! ରାମଲାଲାଙ୍କୁ ଦେଲେ ୬୮ କୋଟି ଟଙ୍କାର ସୁନା; ଜାଣନ୍ତୁ କିଏ ଏହି ବ୍ୟକ୍ତି

ଅହମ୍ମଦାବାଦ: ଅଯୋଧ୍ୟାର ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସମଗ୍ର ଦେଶରୁ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ପ୍ରଥମ ଦୁଇ ଦିନରେ ୭ ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିଥିବା ବେଳେ ଚାନ୍ଦା ଆକାରରେ ୩ କୋଟିରୁ ଅଧିକ ଟଙ୍କା ମିଳିଛି । ପ୍ରାରମ୍ଭିକ ଆକଳନ ଅନୁସାରେ, ଦେଶର ଅନ୍ୟ ମନ୍ଦିର ତୁଳନାରେ ଭକ୍ତ ରାମ ମନ୍ଦିରକୁ ସବୁଠୁ ଅଧିକ ଦାନ କରୁଛନ୍ତି । ଏହିକ୍ରମରେ ଦାନବୀର ଭକ୍ତଙ୍କ ମଧ୍ୟରେ ଦିଲୀପ କୁମାର ଭି ଲାଖୀଙ୍କ ନାଁ ସବୁଠୁ ଚର୍ଚ୍ଚାରେ ରହିଛି ।

ଦିଲୀପ ବି ଲାଭି ରାମମନ୍ଦିରକୁ ୧୦୧ କିଲୋ ସୁନା ଦାନ କରିଛନ୍ତି । ସୁରଟର ଏହି ହୀରା ବ୍ୟବସାୟୀଙ୍କ ଚର୍ଚ୍ଚା ଦେଶର ଧନୀଙ୍କ ମଧ୍ୟରେ ଗଣାଯାଏ । ହେଲେ ରାମ ମନ୍ଦିରକୁ ଦେଇଥିବା ଦାନ ପରେ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି । ଲାଖୀ ରାମମନ୍ଦିରରେ ୧୪ ସ୍ୱର୍ଣ୍ଣ ଦ୍ୱାର, ଗର୍ଭଗୃହ ଓ ତ୍ରିଶୂଳ, ଡମରୁ ଆଦି ପାଇଁ ୧୦୧ କିଲୋ ସୁନା ଦାନ କରିଛନ୍ତି ।

ଏବେ ୧୦ ଗ୍ରାମର ସୁନାର ମୂଲ୍ୟ ପ୍ରାୟ ୬୮ ହଜାର ଟଙ୍କା ରହିଛି । ଏହି ଦୃଷ୍ଟିରୁ ସେ ୬୮ କୋଟି ଟଙ୍କା ଉପହାର ଦେଇଛନ୍ତି । କୁହାଯାଉଛି, ଲାଖୀ ପରିବାର ପକ୍ଷରୁ ଦିଆଯାଇଥିବା ଏହି ଦାନ ରାମଲାଲାଙ୍କୁ ମିଳିଥିବା ସବୁଠୁ ମୂଲ୍ୟବାନ ଉପହାର । ଅନ୍ୟ ବ୍ୟକ୍ତି ତୁଳନାରେ ରାମଲାଲାଙ୍କୁ ଏହା ସବୁଠୁ ବଡ ଦାନ । ଦିଲୀପ କୁମାର ଲାଖି ସୁରଟର ଜଣେ ବଡ ହୀରା ବ୍ୟବସାୟୀ । ସେ ଜଣେ ବଡ ରାମଭକ୍ତ ।