Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଜେଇଇ ପାଇଁ ତାରିଖ ଘୋଷଣା, ମେ ୬ରୁ ପରୀକ୍ଷା

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି । ମେ ୬ରୁ ୧୦ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ମେ ୬ରୁ ଓଜେଇଇ ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଭିତରେ ୩୦ ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା କରାଯିବ । ଓଜେଇଇ ପାଇଁ ଆଜିଠାରୁ ମାର୍ଚ୍ଚ ୧୫ ଯାଏ ରେଜିଷ୍ଟ୍ରେସନ ଚାଲିବ । ଛାତ୍ର-ଛାତ୍ରୀମାନେ ଓଜେଇଇ ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରି ପାରିବେ ।