Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଜାତୀୟ ମତଦାନ ଦିବସ ପାଳିତ

ଲକ୍ଷ୍ମୀପୁର ୨୫/୦୧ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଅଧ୍ୟକ୍ଷ  ଗିରିଜା କୁମାର ଚୌଧୁରୀ ଏବଂ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ତତ୍ତ୍ଵାବଧାନରେ ଜାତୀୟ ମତଦାନ ଦିବସ ପାଳିତ ହୋଇ ଯାଇଛି। ପ୍ରାରମ୍ଭିକ ଭାଷଣରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ  ଚୌଧୁରୀ ଭୋଟ ଓ ମତଦାନର ମହତ୍ବ ଏବଂ ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ବୁଝାଇ ଥିଲେ। ମୂଖ୍ଯ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଗୋଷ୍ଠୀ ଉନୟନ ଅଧିକାରୀ  ଗୁରେଶର ଭୋଇ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ମତଦାନ ଉଚିତ ଓ ଯୋଗ୍ଯ ବ୍ୟକ୍ତିଙ୍କୁ ଦେଲେ ହି
ଦେଶର ପ୍ରକୃତ ବିକାଶ ହୋଇପାରିବ ବୋଲି କହିଥିଲେ। ସେହିପରି ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ମୁଦୁଲି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଗଣତନ୍ତ୍ରର ଭୂମିକା ଓ ଦେଶର ବିକାଶ ପାଇଁ କେତେ ମହତ୍ବପୂର୍ଣ୍ଣ ଜଣାଇଥିଲେ। ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା ଓ ରାଜନୀତି ଅଧ୍ୟାପକ ଲାଲୁ ହରିଜନ ମତଦାନ ଅଧିକାର ଠିକ ସେ ସାବ୍ୟସ୍ତ କରିବାକୁ ପ୍ରବର୍ତ୍ତାଇ ଥିଲେ। ଶେଷରେ  ଅର୍ଥନୀତି  ଅଧ୍ୟାପକ ଜଗନ୍ନାଥ ରଥ ମତଦାନ କରିବାକୁ ଶପଥପାଠ କରାଇଥିଲେ।ଏହି ଅବସରରେ ଅଧ୍ୟାପିକା ବୈଶାଖୀ ଦୀପ୍,ଜୟଶ୍ରୀ ପଟ୍ଟନାୟକ,ମଧୁସ୍ମିତା ବିଶ୍ଵାଳ,ସନ୍ତୋଷିନୀ ଦାସ,ମୌତୁସୀ ପ୍ରଧାନ,
ତିଳୋତ୍ତମା ପଟ୍ଟନାୟକ ଓ ମହିମା ରାଣୀ ରାଜୁ ଏବଂ ଅଧ୍ୟାପକ ତାରିଣୀ ପ୍ରସାଦ ଶତପଥୀ,ଯଶୋବନ୍ତ ଗରଡା,
ଶୀତଳ ପ୍ରସାଦ ଦାସ,ଦୁର୍ଯ୍ଯୋଧନ ସାହୁ,ପବିତ୍ର ମଣ୍ଡଳ,ଲାଲୁ ହରିଜନ,କାହ୍ନୁ ଚରଣ ବିଶୋୟୀ,ଲକ୍ଷ୍ମୀକାନ୍ତ ଟାକ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ