ଝାରସୁଗୁଡା ୨୫/୧ (ଓଡ଼ିଶା.ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ବିଶ୍ଵ ଭାଷା ସମ୍ମିଳନୀ ନୂଆ ଓ କାର୍ଯ୍ୟକ୍ରମ ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଗୌରୀଦାସ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମହିମା କଲେଜର ଅଧ୍ୟକ୍ଷ ତଥା ସଂଯୋଜକ ପ୍ରଫୁଲ ସା,ନୋଡାଲ ଅଫିସର ସଂସ୍କୃତ ଅଧ୍ୟାପକ ରୋହିତ କୁମାର ପାଢୀ,ଇଂରାଜୀ ଅଧ୍ୟାପକ ଅଶ୍ୱିନୀ ସାହୁ ଓ ଓଡ଼ିଆ ଅଧ୍ୟାପିକା ତନୟା ଗରୁଡ଼ ମଧ୍ୟ ଜଗନ୍ନାଥ ସଂସ୍କୃତି ବିଷୟ ରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏଥିରେ ମହିମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ ଅକ୍ଷୟ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷା ଅଧ୍ୟାପକ ମିତ୍ରଭାନୁ ସେଟ ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ସଂସ୍କୃତ ଅଧ୍ୟାପକ ରୋହିତ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଅଧ୍ୟାପିକା ଭଗବତୀ କିସାନ,ଖେଳ ଅଧ୍ୟାପକ ମନୋଜ କୁମାର ସାହୁ, ଲାଇବ୍ରେରିଏନ ଅତୁଲ୍ୟ ପଧାନ, ଗୀତାଞ୍ଜଳୀ ପଧାନ, ଉସତ ପଧାନ, ନିରଞ୍ଜନ ମେହେର, ଚନ୍ଦ୍ରଶେଖର ବେହେରା, ହୃଷିକେଶ ବିଶି, ସନ୍ତୋସିନୀ ପବିଆ ପ୍ରମୂଖ ସହଯୋଗ କରିଥିଲେ । ମହିମା କଲେଜର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।