Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲ ନଦୀ ବ୍ରିଜରେ ପିକ ଅପ୍ ଭ୍ୟାନ ଧକ୍କାରେ ବ୍ରିଜ ଉପରୁ ତଳେ ପଡିଲେ ୨ ଯୁବକ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଏନଏଚ ୫୭ ସୋନପୁର- ମନମୁଣ୍ଡା ତେଲ ବ୍ରିଜ ଉପରେ ଆଜି ସଂଧ୍ୟା ୮ଟା ରେ ଏକ ବାଇକ୍ କୁ ପିକଅପ ଭ୍ୟାନ୍ ଧକ୍କା ଦେବାରୁ ତିନି ଜଣ ବାଇକ୍ ଆରୋହୀଙ୍କ ମଧ୍ୟରୁ ପଛରେ ବସି ଥିବା ଦୁଇ ଜଣ ଯୁବକ ଛିଟିକି ପଡ଼ି ଫିଲ୍ମ ଷ୍ଟାଇଲରେ ବ୍ରିଜ ତଳକୁ ନଦୀ ପାଣିରେ ପଡିଥିଲା ବେଳେ ବ୍ରିଜ ଉପରେ ପଡ଼ିଥିବା ବାଇକ୍ ଚାଳକ ଙ୍କ ଗୋଡ ଭାଙ୍ଗି ଗୁରୁତର ଆହତ ହୋଇ ସୋନପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବ୍ରିଜ ରୁ ନଦୀ ଭିତରେ ପଡ଼ିଥିବା ଦୁଇ ଜଣ ଯୁବକ ବିପଦ ମୁକ୍ତ ଥିବା ଏଵଂ ତାଙ୍କୁ ଡଙ୍ଗା ସହାୟତା ରେ ସୋନପୁର ଦମକଳ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର୍ କରିଥିବା ଜଣାଯାଇଛି। ତେଲ ବ୍ରିଜ ରେ ଲାଇଟ୍ ର ବ୍ୟବସ୍ତା ନ ଥିବାରୁ ଏଵଂ ପୁରା ଅନ୍ଧାର ରହୁଥିବା କାରଣରୁ ପ୍ରାୟ ଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣl ହେଉଥିବା ଜଣାପଡ଼ିଛି। ଏଥିପାଇଁ ଜନସାଧାରଣ ଏନଏଚ୍ ବିଭାଗ ଓ ଜିଲ୍ଲା ପ୍ରଶାସନ ହିଁ ଦlୟୀ ବୋଲି କହିଥିଲେ। ବାଇକ୍ ଆରୋହୀ ଦୁଇ ଜଣ ମନମୁଣ୍ଡl ନିକଟସ୍ଥ ଦମାମୁଣ୍ଡା ଗାଁ ର ସତ୍ୟ ସଲ୍ମା ଓ ଅଶୋକ ରାଜହଂସ ବୋଲି ଜଣl ପଡିଥିବା ବେଳେ ଅନ୍ୟ ଯୁବକ ର ପରିଚୟ ଜଣାପଡିନାହିଁ। ଏ ଘଟଣା ରେ ଆଜି ବ୍ରିଜ ରେ ପ୍ରବଳ ଲୋକ ଙ୍କ ଭିଡ ଥିବା ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ