Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାର ଚାରି ଶିକ୍ଷକ ଏବଂ ଘୁ ନୂଆଗାଁ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ

ବେଲଗୁଣ୍ଠା,29/01,ଶିକ୍ଷା ସହିତ ସମ୍ପର୍କିତ ବ୍ୟକ୍ତିବିଶେଷ ଏବଂ ବିଦ୍ୟାଳୟ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ I ଏହି କ୍ରମରେ ଆଜି ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ପାଇଁ ରାଜ୍ୟ ସ୍ତର ଏବଂ ଜିଲ୍ଳା ସ୍ତରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ ପାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ଚାରି ଜଣ ଶିକ୍ଷକ ଏବଂ ଗୋଟିଏ ଶିକ୍ଷାନୁଷ୍ଠାନ ଗଞ୍ଜାମ ଜିଲ୍ଳା ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ମନୋନୀତ ହୋଇଥିବା ବେଳେ ସେହି ବିଦ୍ୟାଳୟର ଶିକ୍ଷକ ଆଶୁତୋଷ କୁମାର ସ୍ୱାଇଁ ଜିଲ୍ଲାର ଶ୍ରେଷ୍ଠ ଶାରୀରୀକ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି I ସେହିପରି ବ୍ଳକ୍ ର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ ଜିଲ୍ଲାର ଶ୍ରେଷ୍ଠ ଇଂରାଜୀ ଶିକ୍ଷକ ଭାବେ ମନୋନୀତ ହୋଇଥିବା ବେଳେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଶିକ୍ଷକ ପ୍ରଭାତ କୁମାର ଗୌଡ଼ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ତୃତୀୟ ଭାଷା(ହିନ୍ଦୀ) ଶିକ୍ଷକ ଭାବେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ରେ ଅବସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ଘୁ. ନୂଆଁ ଗାଆଁ ସ୍ଥିତ ସଦାନନ୍ଦ ଜିଲ୍ଲାର ଏକ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଡ଼କ୍ଟର୍ ସଦାନନ୍ଦ ତ୍ରୀପାଠି ଉଚ୍ଚ ବିଦ୍ୟାଳୟ ମନୋନୀତ ହୋଇଥିବା ବେଳେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ ପୁରସ୍କାର ଗ୍ରହଣ କରିବେ ବୋଲି ସୂଚନା ମିଳିଛି I ସୂଚନା ପ୍ରକାରେ ସମସ୍ତ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତା ଜାନୁୟାରୀ ଏକ ତିରିଶି ତାରିଖ ବୁଧବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ୱର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିବେ I ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ପୁରାତନ ଛାତ୍ର ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି I