ପଦମପୁର ସବ ଡିଭିଜନ ସାମ୍ବାଦିକ ସଂଘର ବୈଠକ ଓ ନୂତନ କର୍ମ କର୍ତ୍ତା ନିର୍ବାଚନ


ସୋହେଲା – ବରଗଡ ଜିଲ୍ଲା ପଦମପୁର ସବ ଡିଭିଜନ ସାମ୍ବାଦିକ ସଂଘର ଏକ ବୈଠକ ଆଜି ପାଇକମାଳ ନିକଟସ୍ଥ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ନୃସିଂହ ନାଥ ମନ୍ଦିରର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ ଯୋଗ ଦେଇ ପ୍ରଭୁ ନୃସିଂହ ବାବାଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ଜଳାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଵାଗତ ଭାଷଣ ଦେଇଥିଲେ ସଂଘର ସମ୍ପାଦକ କ୍ଷମାନିଧି ନାୟକ । ପାଇକମାଲ ସାମ୍ବାଦିକ ଭାଇମାନଙ୍କ ତରଫରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପ୍ରାରମ୍ଭରେ ସଂଘର ପୂର୍ବତନ ସଭାପତି ବିଜୟ କୁମାର ଦାସ ଓ ଡମ୍ବରୁଧର ରଣାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବରେ ବଡ଼ ଶତପଥୀ,ଉପ ସଭାପତି ସତ୍ୟଜିତ୍ ପଧାନ,ସମ୍ପାଦକ ରମେଶ ଚନ୍ଦ୍ର ବାରିକ,ସହ ସମ୍ପାଦକ ଗୌରାଙ୍ଗ ଚରଣ ଦାସ ଓ କୋଷାଧ୍ୟକ୍ଷ ଭାବରେ ସୁରଥ ସାହୁଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକାରୀ କମିଟିରେ ଜିତେନ୍ଦ୍ର ମେହେର,ଅଶ୍ଵିନୀ ପାତ୍ର, ଝସ୍ କେତନ ସାହୁ,
ରତ୍ନମଣି ଶତପଥୀ, ପ୍ରଦୀପ୍ତ ଦାସ,ଧିରେନ୍ ମହାନ୍ତି, ମନୋଜ ଭୋଇ ଓ ଦେବେନ୍ଦ୍ର ସାହୁ ରହିଥିବା ବେଳେ ପରାମର୍ଶ ଦାତା ଭାବରେ ବୟୋଜ୍ୟେଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, କ୍ଷମାନିଧି ନାୟକ ଓ ବିଷ୍ଣୁ ପ୍ରସାଦ ବାଜପେୟୀ ଅଛନ୍ତି । ସଭା ଶେଷରେ ନବ ନିର୍ବାଚିତ ସହ ସମ୍ପାଦକ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ନୃସିଂହନାଥ ପୀଠରେ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।