Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାବିଦ୍ୟାଳୟ ରେ ନୁଆ ଓ ବିଶ୍ୱ ସାହିତ୍ୟ ସମ୍ମିଳନି ଉଦଯାପିତ

ଲକ୍ଷ୍ମୀପୁର ୩୦/୦୧ .. ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ଦୁଇ ସପ୍ତାହ ଧରି ଚାଲି ରହିଥିବା ଓଡିଶା ସରକାରଙ୍କ ଦ୍ୱାରା ପ୍ରlୟୋଜିତ “ନୁଆ-ଓ ଓଡିଆ ସାହିତ୍ଯ ପ୍ରତିଯୋଗିତାର” ଉଦଯାପନ ସମାରୋହ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଉଦଯାପିତ ହୋଇ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ମାତୃଭାଷା କାହିଁକି ଗୁରୁତ୍ଵପୂର୍ଣ୍ଣ ସେ ସମ୍ବନ୍ଧରେ ବୁଝାଇବା ସହ ସମସ୍ତ କାର୍ଯ୍ଯ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଯୋଗୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମୂଖ୍ଯ ଅତିଥି ପୁର୍ବତନ ସାଂସଦ ଝିନ୍ନ ହିକକା, ସମ୍ମାନିତ ଅତିଥି କୋରାପୁଟ ମୁନିସିପାଲଟି ଚେୟାରମ୍ୟାନ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଳେସିକା, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା,  କୌଶଲ୍ୟା ହିକକା ଓ ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।ଅତିଥି ମନେ ଭାଷଣରେ ମାତୃଭାଷାର ମହତ୍ବ ଏବଂ ଓଡିଆ ଭାଷାର ବହୁଳ ପ୍ରଚଳନ ପାଇଁ ସମସ୍ତଙ୍କୁ ପ୍ରବତାଇ ଉତ୍ସାହିତ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା। ପ୍ରବନ୍ଧ,ଓଡିଆ ଭଜନ,ବ୍ୟାକରଣ, ସ୍ଲୋଗାନ, ପାଠଚକ୍ର, କବିତା ଆକୃତି, ପ୍ରଶ୍ନୋତ୍ତର, ବ୍ୟଞ୍ଜନ, ହସ୍ତାକ୍ଷର, କବିତା, ତର୍କ, ପଟ୍ଟଚିତ୍ର, ଢେମସା ନୃତ୍ଯ,
ଲୋକ ନୃତ୍ଯ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୪୨ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଆଜିର ଏହି ସଭାରେ ଅଧ୍ୟାପକ ଜଗନ୍ନାଥ ରଥ ପରିଚାଳନା କରିଥିଲେ……

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ