ବିପଦରେ ୭୫ କୋଟି ମୋବାଇଲ ଗ୍ରାହକ, ଆଧାରଠୁ ନେଇ ଫୋନ ନମ୍ବର ସବୁ ଲିକ୍ ; ଏମିତି ରୁହନ୍ତୁ ନିରାପଦ


ନୂଆଦିଲ୍ଲୀ: ଜିଓ, ଏୟାରଟେଲ୍ ସମେତ ମୋଟ୍ ୭୫ କୋଟି ଟେଲିକମ ଗ୍ରାହକଙ୍କ ଉପରେ ବଡ ବିପଦ ଦେଖା ଦେଇଛି । ଡାର୍କ ୱେବରେ ୭୫ କୋଟି ଗ୍ରାହକଙ୍କ ବହୁତ ସମ୍ବେଦନଶୀଳ ତଥ୍ୟ ସ୍ୱଳ୍ପ ମୂଲ୍ୟରେ ବିକ୍ରି ହେଉଛି । ଏଥିରେ ଆଧାର ନମ୍ବର ଓ ଫୋନ ନମ୍ବର ସମେତ ଅନେକ ବ୍ୟକ୍ତିଗତ ତଥ୍ୟ ସାମିଲ । ଏହା ଜରିଆରେ ହ୍ୟାକର କୌଣସି ପ୍ରକାରର ଗମ୍ଭୀର ସାଇବର ଠକେଇ ଘଟାଇ ପାରିବେ ।

ଏକ ରିପୋର୍ଟ ଅନୁଯାୟୀ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତୀୟ ଦୂରସଂଚାର ବିଭାଗ ୭୫ କୋଟିରୁ ଅଧିକ ଗ୍ରାହକଙ୍କ ତଥ୍ୟକୁ ଯାଂଚ କରିବାକୁ କହିଛି । ଭାରତ ସ୍ଥିତ ସାଇବର ସୁରକ୍ଷା ଫର୍ମ CloudSEK. ଦ୍ୱାରା ରିପୋର୍ଟ କରାଯାଇଥିଲା । ଏଥିରେ ଦାବି କରାଯାଇଛି ଯେ, ହ୍ୟାକର୍ଡ ଡାକ ୱେବରେ ୧.୮ ଟେରାବାଇଟ ତଥ୍ୟ ବିକୁଛନ୍ତି, ଯେଉଁଥିରେ ଦେଶର ମୋବାଇଲ ୟଜର୍ସଙ୍କ ତଥ୍ୟ ସାମିଲ୍ ରହିଛି ।

CloudSEKରେ ଥ୍ରେଟ ଇଂଟେଲିଜେନ୍ସ ଓ ସିକ୍ୟୁରିଟି ରିସର୍ଚ୍ଚର ସ୍ପର୍ଶ କୁଲଶ୍ରେଷ୍ଠ କହିଛନ୍ତି, ଲିକ୍ ହୋଇଥିବା ତଥ୍ୟ ବାସ୍ତବରେ ସଠିକ୍ । ଏଥିରେ ମୋବାଇଲ ନମ୍ବର ଓ ଆଧାର ଡିଟେଲ୍ ରହିଛି । ୭୫ କୋଟିରୁ ଅଧିକ ଗ୍ରାହକଙ୍କ ସୂଚନା ଡାର୍କ ୱେବରେ କେବଳ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଏଥିରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇପାରେ । ଲୋକଙ୍କ ପ୍ରତିଷ୍ଠାକୁ କ୍ଷତି ପହଂଚା ଯାଇପାରେ । ତେବେ ଏହି ତଥ୍ୟର ସଠିକ ଭୟାବହତାର ତଦନ୍ତ କରାଯାଉଛି ।

ଜିଓ, ଏୟାରଟେଲ୍‌, ଭୋଡାଫୋନ-ଆଇଡିଆ ଏବଂ ଅନ୍ୟ ଟେଲିକମ କମ୍ପାନୀ ଏ ପର୍ଯ୍ୟନ୍ତ ଏହି ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । କୁହାଯାଉଛି, ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍ ଏହାର ଯାଂଚ କରୁଛନ୍ତି । ତେବେ ଅଦ୍ୟାବଧି ନା ସରକାର ନା ଟେଲିକମ କମ୍ପାନୀ କାହା ପକ୍ଷରୁ ଆନୁଷ୍ଠାନିକ ବୟାନ ସାମ୍ନାକୁ ଆସିନାହିଁ ।

ଏହା ମଧ୍ୟରେ ଭାରତୀୟ ଟେଲିକମ ଗ୍ରାହକମାନଙ୍କୁ ସ୍ପାମ ଟେକ୍ସ ଓ ଇମେଲ ପ୍ରତି ସତର୍କ ରହିବାକୁ କହିଛି । କୌଣସି ବ୍ୟକ୍ତି ନିଜ ମୋବାଇଲର ଇନବକ୍ସରେ ଆସୁଥିବା ସନ୍ଦିଗ୍ଧ ଲିଙ୍କ କିମ୍ବା ଆଟାଚମେଂଟ ଉପରେ କ୍ଲିକ୍ କରନ୍ତୁ ନାହିଁ । ଏହି ସମୟରେ ସତର୍କ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛି ଭାରତୀୟ ଟେଲିକମ ।