Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଓଡ଼ିଆ ଭାଷା ସମ୍ବିଲନି ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ

ଜମନକିରା : ଆଜି ଜମନକିରା ମହାବିଦ୍ୟାଳୟରେ ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ପାଳନ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ତେଜରାମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ଅଧ୍ୟକ୍ଷ ଶୋଭାରାମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆ, ସମାଜ ସେବି ଆଦିପ୍ରସାଦ ମହାକୁଳ ସନମାନିତ ଅତିଥି ଭାବେ ମଂଚାସୀନ ଥିଲେ।
ଆଜିର ଏଇ ଉତ୍ସବରେ ବିଗତ ଦିନରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନଙ୍କ ମନୋରଞ୍ଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ