Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲିରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା।

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଚାଉଳଡିପୋ ରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାପନ ହୋଇଛି। ଶନିବାର ଦିନ ପ୍ରତିଷ୍ଠା ଉତ୍ସଵ ର ପୂର୍ଣାହୁତି ଅନୁଷ୍ଠିତ ହେବ ସହ ହନୁମାନ ଭଗବାନ ମନ୍ଦିର ପ୍ରବେଶ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ରେ ଓଡିଶା ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସ ଙ୍କ ପୁଅ ବିଶାଳ ଦାସ ରେଙ୍ଗାଲି ବିଧାୟକ ନାଉରି ନାୟକ, ଓ ବହୁ ନେତା ବୀର ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।

ବୁଧବାର ଦିନ ସକାଳେ ପ୍ରଥମେ ମନ୍ଦିରର କୁମ୍ଭ ସ୍ଥାପନ ପରେ ଅଙ୍କୁରା ରୋପଣ କରାଯାଇଥିଲା ଏବଂ ସନ୍ଧ୍ୟାରେ ସମସ୍ତ ରେଙ୍ଗାଲି ବାସୀ ଏକତ୍ରିତ ହୋଇ କଳସ ଯାତ୍ରା କରିଥିଲେ l ପଣ୍ଡିତ ମନୋଜ ଦେବତା ମୁଖ୍ୟ ପୂଜକ ଥିବାବେଳେ ରମେଶ ସାହୁ ମୁଖ୍ୟ କର୍ତ୍ତା, ଦେବବ୍ରତ ପଣ୍ଡା, ମଧୁସୂଦନ ସାହୁ, ସତ୍ୟନାରାୟଣ ମହାଣା, ସନ୍ତୋଷ ମହାଣା, ପ୍ରଦୀପ ମହାଣା, ରାଜେଶ ବର୍ମା ସପତ୍ନୀ ସାମୋହିକ କର୍ତ୍ତା ଦାଇତ୍ୱ ତୁଲାଇଛନ୍ତି l ଏହି ଉତ୍ସବ ରେ ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଙ୍କ ପରାୟଣ, ମହିଳା କୀର୍ତ୍ତନ ଓ ଉଦଣ୍ଡ କୀର୍ତ୍ତନ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସଵ ରେ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଯୋଗ ଦେଇଥିଲେ। ଏହି ପ୍ରତିଷ୍ଠା ଉତ୍ସଵ ରେ ପ୍ରତିଷ୍ଠା କମିଟି ର କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ