Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସ୍କର୍ପିଓ ଧକ୍କାରେ କାକା ମୃତ ; ଝିଆରୀ ଗୁରୁତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁରେ ଆଜି ଶୁକ୍ରବାର ଅପରାହ୍ନରେ ଏକ ସ୍କର୍ପିଓ ଧକ୍କାରେ ବାଇକ ଚାଳକ କକାଙ୍କ ମୃତ୍ଯୁ ହୋଇଥିବା ବେଳେ ଝିଆରୀ ଗୁରୁତର ହୋଇ କୁଚିଣ୍ଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତ ବାଇକ ଚାଳକ ହେଲେ ପଧାନପାଲି ବୁରଦା ଗ୍ରାମର ସୁରେନ ନାଏକ(୩୫)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଏବଂ ବାଇକକୁ ଜବତ କରିଛି। ଏନେଇ ପୋଲିସ କୁଚିଣ୍ଡା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ମୃତ ଦେହ ଜବତ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ ସ୍କର୍ପିଓ (ଓଡି୨୮ ବି ୦୦୨୯)ରେ ଦେବଗଡ ଗ୍ରାମ୍ଯ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସମ୍ବଲପୁର ଜିଲ୍ଲା ଜମନକିରାର ଅତିରିକ୍ତ ଦାୟିତ୍ବରେ ଥିବାରୁ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପାଇଁ ବାହାରିଥିଲେ। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ସେ ଫାସିମାଲରୁ କୁଚିଣ୍ଡା ପଟକୁ ଆସୁଥିବା ବେଳେ ଫାସିମାଲ ପଟକୁ ବାଇକରେ ଯାଉଥିବା କକା ଝିଆରୀଙ୍କୁ ସ୍କର୍ପିଓଟି ସମ୍ବୁଖପଟୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀ କକା ଝିଆରୀ ଗୁରୁତର ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କକା ଓ ଆହତ ଝିଆରୀ ପୁତୁଲି ନାଏକଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ମେଡିକାଲକୁ ପଠାଇଥିଲା।ମାତ୍ର ଗୁରୁତର ଆହତ ସୁରେନ ନାଏକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଶନିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ତଦନ୍ତ କରୁଥିବା ଥାନା ଏସଆଇ ଶୁଭଲକ୍ଷ୍ମୀ ସେଠୀ କହିଛନ୍ତି।