Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ରେଙ୍ଗାଲି ପ୍ରିମିୟର ଲିଗ୍‌; ରେଙ୍ଗାଲି ଟାଇଟନ୍ସ ଚାମ୍ପିୟନ

ରେଙ୍ଗାଲି: ପ୍ରଥମ ରେଙ୍ଗାଲି ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ ରେଙ୍ଗାଲି ଟାଇଟନ୍ସ ଚାମ୍ପିୟନ ହୋଇଛି। ରେଙ୍ଗାଲି ଆଥେଲେଟିକ ଆସୋସିଏସନ ପକ୍ଷରୁ ରେଙ୍ଗାଲି ମିନି ଷ୍ଟାଡିୟମ ରେ ପ୍ରଥମ ରେଙ୍ଗାଲି ପ୍ରିମିୟର ଲିଗ ର ଆୟୋଜନ କରାଯାଇଥିଲା। ରବିବାର ଦିନ ହୀରାକୁଦ ଏଲିଟ ଓ ରେଙ୍ଗାଲି ଟାଇଟନ୍ସ ମଧ୍ୟରେ ଫାଇନାଲ ରେ ହିମାଂଶୁ ଶେଖର ମିଶ୍ରଙ୍କ ରେଙ୍ଗାଲି ଟାଇଟନ୍ସ ଏକ ତରଫା ବିଜୟ ହାସଲ କରି ପ୍ରଥମ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି।

ଫାଇନାଲରେ ଜେଏସଡବ୍ଲୁ ଭୂଷଣର ଏଚ ଆର୍‌ ଭାଇସ ପ୍ରେସିଡେଣ୍ଟ ଜେ. ପି ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ଓ ନିସାଣଭଙ୍ଗା ସମିତି ସଭ୍ୟ ଜିତେନ୍ଦ୍ର ପ୍ରସାଦ ପଣ୍ଡା , ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ପ୍ରମୋଦ ପାତ୍ର , ଜେଏସଡବ୍ଲୁ ଭୂଷଣ ର ଏଚ ଆର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ଅନୁପମ ସିଂହ୍ନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୮ ଟି ଦଳ କୁ ନେଇ ରେଙ୍ଗାଲି ଆଥେଲେଟିକ ଆସୋସିଏସନ ପ୍ରଥମ ଥର ରେଙ୍ଗାଲି ର ଯୁବ କ୍ରିକେଟ ଖେଳାଳୀ ଙ୍କୁ ସୁଯୋଗ ଦେବା ପାଇଁ ରେଙ୍ଗାଲି ପ୍ରିମିୟର ଲିଗ୍ ର ଆୟୋଜନ କରିଥିଲା। ରେଙ୍ଗାଲି ଆଥ୍‌ଲେଟିକ ଆସୋସିଏସନ ର ତିଳକ ବାଗ, ବ୍ରଜେନ୍ଦ୍ର ପ୍ରସାଦ ପଣ୍ଡା, ମନୀଷ ସିଂ, ରଞ୍ଜନ ସାହୁ, ପ୍ରଫୁଲ୍ଲ ଗହୀର, ରଫିକ ଖାନ, ରମେଶ ଅଗ୍ରୱାଲ, ସତୀଶ ଛୁରିଆ, ଗଣେଶ ମଜୁମଦାର, ସନ୍ତୋଷ ବର୍ମା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ