Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସୁବର୍ଣ୍ଣପୁର ରୁ ଗଡିବ ଟ୍ରେନ, ଦିବା ୧ ଟା ରେ ପ୍ରଧାନମନ୍ତ୍ରୀ କରିବେ ଶୁଭ ଉଦ୍ଘାଟନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ଆଜି ସାକାର ହେବାକୁ ଯାଉଛି। ଆଜି ଠାରୁ ସୁବର୍ଣ୍ଣପୁରରୁ ପୁରୀ ଟ୍ରେନ ସେବା ର ଶୁଭ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆଇ ଆଇ ଏମ ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଆସୁଥିବା ବେଳେ ସମ୍ବଲପୁରରୁ ଭିଡିଓ କନ୍‌ଫରେନ୍ସି ଯୋଗେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସୁବର୍ଣ୍ଣପୁର ରେଳ ଷ୍ଟେସନର ଲୋକାର୍ପଣ କରିବା ସହ ଟ୍ରେନ୍ ସେବାକୁ ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ଲୋକପ୍ରତିନିଧୁ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ରେଳ ଚଳାଚଳ ଆରମ୍ଭ ହେଲେ ଭୁବନେଶ୍ଵର ବଲାଙ୍ଗୀର ଇଣ୍ଟରସିଟୀକୁ ସମ୍ପ୍ରସାରଣ କରି ସୁବର୍ଣ୍ଣପୁରରୁ ଭୁବନେଶ୍ବର ଓ ସୁବର୍ଣ୍ଣପୁରରୁ ସାପ୍ତାହିକ ପୁରୀ ଟ୍ରେନ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୁଚନା ଦିଆଯାଇଛି। ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ହେବା ସହ ଲୋକେ ପ୍ରଥମ ଥର ପାଇଁ ଟ୍ରେନ୍ ସେବା ପାଇପାରିବେ ଓ ଆଜି ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଘାଟନୀ ଅବସରରେ ଏକ ସ୍ପେସାଲ ଟ୍ରେନ ସୋନପୁର ରୁ ପୁରୀ ଯାତ୍ରା ଆରମ୍ଭ କରିବ ସେଥି ପାଇଁ ଆଜି ଜିଲ୍ଲାରେ ବେଶ ଖୁସିର ମାହୋଲ ପରିଲକ୍ଷିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ