Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦଘାଟିତ, ଯୋଗ ଦେବେ ୧୦୦ରୁ ଅଧିକ ଖ୍ୟାତି ସଂପନ୍ନ ଭାଷାବିତ୍ ଓ ବିଦ୍ୱାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟଙ୍କ ସମେତ ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକଙ୍କ ସମାଗମ ହୋଇଛି । ଏହା ସହିତ ଅନ୍ତର୍ଜାତୀୟସ୍ତରର ବହୁ ବିଶିଷ୍ଟ ଭାଷାବିତ ମଧ୍ୟ ଉତ୍ସବରେ ଯୋଗ ଦେଇଛନ୍ତି । ଓଡିଆ ଭାହା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀର ଜନତା ମଇଦାନରେ ଏହାର ଭବ୍ୟ ଆୟୋଜନ କରାଯାଇଛି ।

ଫେବୃଆରୀ ୩ରୁ ଫେବୃଆରୀ ୫ ତାରିଖ ଯାଏଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି । ଓଡିଆ ଭାଷାର ପ୍ରତି ବିଭାଗକୁ ସମ୍ମିଳନୀରେ ସ୍ଥାନ ଦିଆଯାଇଛି । ସମ୍ମିଳନୀରେ ମୋଟ୍ ୧୭ଟି ଅଧିବେଶନରେ ୧୦୦ରୁ ଅଧିକ ଖ୍ୟାତି ସଂପନ୍ନ ଭାଷାବିତ୍‌, ବୁଦ୍ଧିଜୀବୀ ଓ ବିଦ୍ୱାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସମ୍ମାନ’ ପ୍ରଦାନ କରାଯିବ। ସମ୍ମିଳନୀରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରିଟି କକ୍ଷ କରାଯାଇଛି।

ସମ୍ମିଳନୀରେ ପ୍ରାଚୀନ, ମଧ୍ୟ ଓ ଆଧୁନିକ କାଳଖଣ୍ଡ ଉପରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ଉପସ୍ଥାପିତ ହେବ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଓ ମୋବାଇଲ୍ ବୁକ୍‌ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ ଭଳି ଅନେକ କାର‌୍ୟ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ