Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୁହୁଡିହେଲା କାଳ, କାନ୍ଥରେ ପିିଟିହେଲା କାର; ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ତିଗିରିଆ: ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ଭୋଜି ଖାଇ ଫେରିବା ବେଳେ କାରଟି ଏକ ଘର କାନ୍ଥରେ ପିଟି ହୋଇଛି । ଫଳରେ କାରରେ ଥିବା ୪ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, କାରରେ ଚାରି ସାଙ୍ଗ ବିବାହ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଘନକୁହୁଡି ପାଇଁ କାରଟି ତିଗିରିଆ ଥାନା ଗଦାଧରପୁରରେ ବିନ୍ଧାଣୀ ମା ରାସ୍ତା ନିଟକଟରେ ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘରର କାନ୍ଥ ସଂପୂର୍ଣ୍ଣ ଭାଙ୍ଗିଯିବା ସହ କାରଟି ଭାଙ୍ଗି ଚୁରମାର ହୋଇ ଯାଇଛି । ଫଳରେ କାରରେ ଥିବା ୪ ସାଙ୍ଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ତିଗିରିଆ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ବାଙ୍କିହରିରାଜପୁରରୁ ଜଣେ, ବାଙ୍କି ପାଳପୁଟରୁ ଜଣେ, ବଡମ୍ବାରୁ ଜଣେ ଏବଂ ଅନ୍ୟ ଜଣେ ଖଜୁରିପଦା ଗାଁର ବୋଲି ଜଣା ପଡିଛି ।