Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଳକ ପ୍ରଶାସନ ପକ୍ଷରୁ ୧୦ଜଣ ବରିଷ୍ଠ ଓ ନୂତନ ସାହିତ୍ୟିକଙ୍କୁ କଲେ ସମ୍ବର୍ଦ୍ଧିତ

ଜମନକିରା : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମିଳନୀ ଉପଲକ୍ଷେ ଆଜି ପୂର୍ବାହ୍ନରେ ବ୍ଳକ ସମ୍ମିଳନୀ କକ୍ଷରେ କୁଚିଣ୍ଡା ଅଂଚଳର ୧୦ଜଣ ବରିଷ୍ଠ ଓ ନବୀନ ସାହିତ୍ୟିକ ଙ୍କୁ ସମ୍ମାନିତ କରିଥଲେ। ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ବ୍ଳକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମା, ମାଟି ଓ ମାତୃଭାଷା କୁ ଭଲ ପାଇବା ଶୀର୍ଷକ ପ୍ରବନ୍ଧ ପାଠ ସହ ନିଜ ପୁସ୍ତକ ରଚନା ର ପୃଷ୍ଠ ଭୂମି ଉପରେ ଆଲୋଚନା ଥିଲେ। ଅନ୍ୟତମ ଆଲୋଚକ ଆଇନଜ୍ଞ ହୃଦାନନ୍ଦ ଶର୍ମା ତାଙ୍କ ଗଲ୍ପ ରଚନା ର ପୃଷ୍ଠ ଭୂମି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଆଲୋଚକ ଦ୍ବୟ ସାହିତ୍ୟିକ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସହ ସାହିତ୍ୟିକା, ସୌଦାମିନୀ ପଟେଲ,ସୁସ୍ମିତା ପଟେଲ, ଭବାନୀଶଙ୍କର ନାଏକ, ଦିଲ୍ଲୀପ ପାଣିଗ୍ରାହୀ, ମନୋଜ ମେହେର, ନିଶିକାନ୍ତ ସୁନାନୀ, ପଙ୍କଜିନୀ ନାୟକ, ସରୋଜ ମେହେର ପ୍ରମୁଖ ୧୦ଜଣଙ୍କୁ ମୁଖ୍ୟ ସତିଥି ଶ୍ରୀ କିସାନ ଉପଢୌକନ ଓ ପୁଷ୍ପମାଲ୍ୟ ଆଦି ପ୍ରଦାନ କରି ସମ୍ମାନିତ କରିଥିଲେ। ଠିକ ୧୧ଟା ସମୟରେ ସମସ୍ତେ ଛିଡା ହୋଇ ବନ୍ଦେ ଉତ୍କଳ ଜନନୀ ଗଣ କରାଯାଇଥିଲେ। ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭାଙ୍କ କବିତା ପାଠ ସହ ପାଲା ପରିବେଷଣ ମଧ୍ୟ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ କୁ ବଡ଼ବାବୁ ତରୁଣ ପ୍ରସାଦ ବିଶ୍ୱାଳ ଓ ଅନ୍ୟାନ୍ୟ କର୍ମଚାରୀ ଆୟୋଜନରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ