ପାତାଳୀ ଶ୍ରୀକ୍ଷେତ୍ର ରେ ପାତାଳୀ ମହୋତ୍ସବ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ପାତାଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଆସନ୍ତା 9 ରୁ 17 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବ ପାଇଁ 9 ରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା , 10 ରେ ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ ରହିଛି I ଏଥି ସହିତ 56 ପ୍ରହାର ନାମଯଜ୍ଞ ଆରମ୍ଭ , ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଂସ୍କୁତିକ ସଭା ଆଦି ବିଭିନ୍ନ ଦିବସରେ ପାଳିତ ହେବାକୁ ଥିବା ବେଳେ ଭାଗବତ ସପ୍ତାହ ପରାୟଣ ମଧ୍ୟ ହେବାକୁ ଥିବା ଆଲୋଚନା ହୋଇଥିଲା I ନାମ ସଙ୍କୀର୍ତ୍ତନ ପାଇଁ ବିଭିନ୍ନ ଗ୍ରାମରୁ ଆସି ଗୋଟିଏ ଦିନ ଲେଖାଏଁ ଦାୟିତ୍ଵ ନିର୍ବାହ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି I ତନ୍ମଧ୍ୟରୁ ରେଡମ ସଙ୍କୀର୍ତ୍ତନ ମଣ୍ଡଳୀ , ସୁନାପାଲି , ବାଘପାଲି , ଖୁଣ୍ଟଲାପାଲି , କୋଟସମଲେଇ-ଗଡ଼ଭିତର , ବାହାରି ପଡା , ଗୋଲାବନ୍ଦ ଆଦି ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଅନ୍ୟତମ ରହିଛି l ବୈଠକରେ ଟ୍ରଷ୍ଟ ର ସମ୍ପାଦକ ଉତ୍ତର ପତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ସକ୍ରିୟ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପାଢୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ବୈଠକରେ ଟ୍ରଷ୍ଟିର ଅନେକ ସଦସ୍ୟ ଙ୍କ ସହିତ ଆଖପାଖ ର ବହୁ ଗାଁ ମୁଖିଆ ଯୋଗ ଦେଇଥିଲେ I