Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଙ୍କରପାଲି ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ। ମୋଟ 250ଜଣ ରୋଗୀ ଚିକିତ୍ସିତ ହୋଇଥିଲେ।

ରେଙ୍ଗାଲି ବ୍ଳକ ଝାଙ୍କରପାଲି ପଂଚାୟତ କାର୍ଯ୍ୟାଳୟ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ମୋଟ 250 ଜଣ ରୋଗୀ ପଞ୍ଜିକରଣ କରିଥିଲେ। ରୋଗୀ ମାନଙ୍କର ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା। ଔଷଧ, ଚକ୍ଷୁ, ଦାନ୍ତ, ଶିଶୁ ବିଭାଗ ସହ ଫିଜିଇଓଥେରେପି ବିଭାଗ ର ଡ଼ାକ୍ତର ମାନେ ଚିକିତ୍ସା କରିଥିଲେ। ଝାଙ୍କରପାଲି ସରପଞ୍ଚ ଶୁକାନ୍ତ ସାହୁ, ରେଙ୍ଗାଲି ଯୋନ-୨ ଜିଲ୍ଲା ପରିଷଦ ସଭ୍ୟ ଦେବ ନାରାୟଣ ତିୱାରି, ପୂର୍ବତନ ବିଧାୟକ ରମେଶ ପଟୁଆ, ବରିଷ୍ଠ ବିଜେଡି ନେତା ଏମ.ବି.ସତ୍ୟନ, ବିଜେଡି ଯୁବନେତ୍ରୀ ମୋନିକା ବେହେରା, ରାଜ୍ୟ ପରିଷଦ ସଭ୍ୟ ଇଂ ଗାନ୍ଧୀ ବେହେରା, ଶୁଶୀଲ କିଷାନ, ଜଗୁ ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ