ବଜେଟ୍ ଅଧିବେଶନରେ ଦୀର୍ଘ ଭାଷଣ ଦେଲେ ରାଜ୍ୟପାଳ ରଘୁବର ଦାସ, ପଢିଲେ ୫୬ ପୃଷ୍ଠାର ଭାଷଣ


ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଦୀର୍ଘ ଭାଷଣ ଦେଲେ ରାଜ୍ୟପାଳ ରଘୁବର ଦାସ । ମୋଟ୍ ୧ ଘଂଟା ୫୮ ମିନିଟ୍ ଧରି ନିଜର ବକ୍ତବ୍ୟ ରଖିଛନ୍ତି ରାଜ୍ୟପାଳ । ଦିନ ୧୧ଟାରୁ ଭାଷଣ ଆରମ୍ଭ ହୋଇ ୧୨ଟା ୫୮ ମିନିଟରେ ସରିଲା । ଏହି ସମୟରେ ମୋଟ୍ ୫୬ ପୃଷ୍ଠାର ଭାଷଣ ପଢିଲେ ରାଜ୍ୟପାଳ । ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଗୁଣଗାନ କରିବା ସହ ଯୋଜନାର ଉପଲବ୍ଧି ବଖାଣିଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପଠୁ ନେଇ ଲକ୍ଷ୍ମୀ ବସ୍ ଯୋଜନା ଓ ଲୋୟର ସୁକତେଲ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ । ଗତ ୫ ବର୍ଷରେ କେତେ ଜଣଙ୍କୁ ନିଯୁକ୍ତି ମିଳିଛି ତାର ଚିତ୍ର ମଧ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟପାଳ ।

ସେ କହିଛନ୍ତି ବିଗତ ୫ ବର୍ଷରେ ମୋଟ୍ ୪୬ ହଜାର ୯୮୬ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ମିଳିଛି । ସରକାରୀ ନିଯୁକ୍ତି ବଢିଛି । ଓଡିଶା ଲୋକସେବା ଆୟୋଗ ଜରିଆରେ ୧୫,୦୯୬ ନିଯୁକ୍ତି ମିଳିଥିବା ବେଳେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଜରିଆରେ ୧୨ ହଜାର ୯୮୮ ନିଯୁକ୍ତି ମିଳିଛି । ଓଡିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ୧୮ ହଜାର ୯୦୨ ନିଯୁକ୍ତି ମିଳିଛି । ଏହା ସହିତ ରାଜ୍ୟପାଳ ମେଟ୍ରୋ ପ୍ରକଳ୍ପଠୁ ନେଇ କୃଷକଙ୍କୁ ମିଳୁଥିବା ଲାଭ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।