Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ବୈଠକ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଆଜି ସୋମବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଦଳିମୁଣ୍ଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସମାପନ ଯାଇଛି। ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ ବୈଠକ କୁ ଶୁଭ ଉଦଘାଟନ କରିଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ହିସାବରେ ଗତ ବର୍ଷର ସମସ୍ତ ଶୈଖିକ ଓ ସହ-ଶୈଖିକ ବିଷୟରେ ଆଲୋଚନା ପୂର୍ବକ ଆସନ୍ତା ଶିକ୍ଷା ବର୍ଷର ଯୋଜନା ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ କିପରି ଆହୁରି ଧୃଢ଼ିଭୂତ କରାଯିବ, ବିଇଓ ମାର୍ଗଦର୍ଶନ ଦେଇଥିଲେ। ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ବଣ୍ଟନ, ବିଦ୍ୟାଳୟ ସୁରକ୍ଷା, ବୃତ୍ତି ପରୀକ୍ଷା, ବିଭିନ୍ନ ଅନୁଦାନ ର ଉପଯୁକ୍ତ ବ୍ୟବହାର, ସ୍ବଚ୍ଛତା , ସମୟନୁ ବର୍ତିତା, ପାଠ୍ୟ ଟିପ୍ପଣୀ, ଶିକ୍ଷଣ ଫଳାଫଳ ଇତ୍ୟାଦି ବିଷୟରେ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସଂଘର ସଭାପତି ଭୁବନେଶ୍ୱର ଦ୍ବିବେଦୀ, ଅବସର ପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ବହିଦାର, ଈଶ୍ୱର ମହାକୁଡ, ଲକ୍ଷପତି ନନ୍ଦ, ଶ୍ରୀକାନ୍ତ ପଟେଲ, ପ୍ରସାନ୍ତ ନାଥ, ମନୋରମା ମାଝୀ, ରମାକାନ୍ତ ମହାନନ୍ଦିଆ , ମୋତିଲାଲ ସାହୁ ପ୍ରମୁଖ ମଞ୍ଚାସିନ ରହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ସରେଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୋଶଳ ରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ