Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବନାଗ୍ନି ଉପରେ ସଚେତନତା ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ବନାଞ୍ଚକ ଅନ୍ତର୍ଗତ ଟିକିଲିପଡ଼ା ଡ୍ୟାମ ଡୁମାମୁରା ଠାରେ ଜଙ୍ଗଲ ନିଆଁ ଲିଭା “ବନାଗ୍ନି”ଉପରେ ଏକ ସଚେତନତା ଶିବିର ଜମନକିରା ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ଲଷ୍ମୀନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜମନକିରା ପଂଚାୟତ ସମିତିର ଉପାଧ୍ୟାକ୍ଷ ରୋହିତ ଭୋଇ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ପଂଚାୟତ ସମିତିର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ଅଂଶଗ୍ରହଣ କରିଥିଲେ। ଶିବିରରେ ଆଗାମୀ ଦିନରେ ଜଙ୍ଗଲ ପୋଡ଼ାକୁ କିପରି ମୁକାବିଲା କରାଯିବ ଏବଂ କେଉଁ କେଉଁ ପଦକ୍ଷେପ ନିଆଯାଇ ପାରିବ ତାରି ଉପରେ ସରପଞ୍ଚ ମାନେ ନିଜ ନିଜ ମତାମତ ବ୍ୟକ୍ତ କରିଥିଲେ। ଆଗକୁ ଯେପରି ଜଙ୍ଗଲ ନିଆଁ ନ ଲାଗିବ ସମସ୍ତେ ସେଥିପାଇଁ ସଂକଳ୍ପ କରିଥିଲେ l ଶିବିରକୁ ଲଷ୍ମୀଧର ବିନ୍ଧାଣି ପରିଚାଳନା କରିଥିବା ବେଳେ ବନପାଳ ହେମନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।